ଜି-୨୦ ପ୍ରତିନିଧି ମଣ୍ଡଳୀର‌ ଦ୍ବିତୀୟ ସାଂସ୍କୃତିକ ବୈଠକ

Mon, 15 May 2023-10:39 am,

ପୁରୀ ସ୍ବର୍ଣ୍ଣାଭ ବେଳାଭୂମିରେ ଜି-୨୦ ପ୍ରତିନିଧି ମଣ୍ଡଳୀର‌ ଦ୍ବିତୀୟ ସାଂସ୍କୃତିକ ବୈଠକ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡି, ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ୍ ମେଘୱଲ ଯୋଗଦେବା ସହ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଅବସରରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ସାଂସ୍କୃତିକ ସମନ୍ବୟକୁ ନେଇ ଆକର୍ଷଣୀୟ ବାଲୁକା କୃତି ପ୍ରଦର୍ଶିତ ହୋଇଥିଲା। ସୁଦର୍ଶନ ପଟ୍ଟନାୟକ ନିଜ ବାଲୁକାକୃତିରେ ପ୍ରାୟ ୧୦୦ଟି ଷ୍ଟିଲ ଥାଳି ଓ ୨୦୦ଟି ଷ୍ଟିଲ ଗିନା ବ୍ଯବହାର କରି ଆକର୍ଷଣୀୟ ଭାବେ ସଜାଇଥିଲେ। ସେପଟେ ଓଡିଶାର ନିଆରା ସାଂସ୍କୃତିକ ଯୋଡିଶଙ୍ଖ ନୃତ୍ଯରେ କେନ୍ଦ୍ରମନ୍ତ୍ରୀ ଓ ଜି୨୦ର ସଦସ୍ଯ ମାନଙ୍କୁ ସ୍ୱାଗତ କରାଯାଇଥିଲା। ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସୁଦର୍ଶନ ପଟ୍ଟନାୟକଙ୍କୁ ମଧ୍ୟ ଆକର୍ଷଣୀୟ କଳାକୃତୀ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଜି - ୨୦ ପ୍ରତିନିଧି ଏହି ବାଲୁକା କଳା ବୁଲି ଦେଖିବା ସହ ଅଭିଭୂତ ହୋଇଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link