Kalajeera Rice: କଳାଜୀରା ଧାନକୁ GI ଟ୍ୟାଗ୍, ମହାପ୍ରସାଦ ଲାଗି ଶ୍ରୀମନ୍ଦିରକୁ ଆସିଲା କଳାଜୀରା ଚାଉଳ

Fri, 02 Feb 2024-7:00 pm,

ମହାପ୍ରଭୁଙ୍କ ମହାପ୍ରସାଦ ଲାଗି ଶ୍ରୀମନ୍ଦିରରେ କୋରାପୁଟର କଳାଜୀରା ଚାଉଳ। କୋରାପୁଟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର କଳାଜୀରା ଧାନକୁ ମିଳିଛି ଜିଆଇ ଟ୍ଯାଗ। ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ଏହି କଳାଜୀରା ଧାନ ଚାଷ କରାଯାଏ। ଆଦିବାସୀ ମହିଳା ସଂଗଠନ ପକ୍ଷରୁ ଜୈବିକ ପ୍ରଣାଳୀରେ ଚାଷ କରାଯାଇଥାଏ। ଧାନର ରଙ୍ଗ କଳା ମାତ୍ର ଚାଉଳର ରଙ୍ଗ ଧଳା। ଏହି କଳାଜୀରା ଚାଉଳର ସୁନ୍ଦର ବାସ୍ନା ରହିଥିବା ବେଳେ ଅନେକ ଔଷଧୀୟ ଗୁଣ ରହିଛି। ଡାଇବେଟିସ ରୋଗୀଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ହୋଇଥାଏ। ତେବେ ଏହି କଳାଜୀରା ଧାନକୁ ଜିଆଇ ଟ୍ଯାଗ ମିଳିବା ପରେ ଚାଷୀମାନଙ୍କ ମଧ୍ୟର ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। କଳାଜୀରା ଧାନ ଅମଳ ହେବା ପରେ ପ୍ରାୟ ଏକ କୁଇଣ୍ଟାଲ କଳାଜୀରା ଚାଉଳ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ନେଇ ପୁରୀ ଆସିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link