Crime News: ପୋଲିସ ନାଁରେ ପ୍ରତାରଣା ଅଭିଯୋଗ,SPଙ୍କ ଦ୍ୱାରସ୍ଥ ହେଲେ ଯୁବତୀ

Fri, 10 May 2024-1:13 pm,

ପୋଲିସ ବାବୁ ଙ୍କର ଜଣେ ଯୁବତୀ ଙ୍କ ସହ ପ୍ରେମ ପରେ ପ୍ରତାରଣ । ପ୍ରତାରିତ ଯୁବତୀ ସୁନ୍ଦେରଗଡ ରୁ ଆସି କେନ୍ଦୁଝର ଏସପି ଙ୍କ ନିକଟ ରେ ହେଲେ ଫେରାଦ । ଯୁବତୀ ଙ୍କ ଅଭିଯୋଗ ଅନୁସାରେ ପୋଲିସ ବାବୁ ଓ ଏହି ଯୁବତୀ ଜଣକ ସୁନ୍ଦରଗଡ ଜିଲ୍ଲା ରାଇବୋଗା ଅଞ୍ଚଳ । ଦୁହେଁ ଦୀର୍ଘ ପାଞ୍ଚ ବର୍ଷ ହେବ ଭଲ ପାଇ ଏକାଠି ମଧ୍ୟ ରହୁଥିଲେ। ପରବର୍ତ୍ତୀ ସମୟ ରେ ଯୁବକ ଜଣକ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ପରେ ରାଇବୋଗା ଥାନା ରେ ଏନେଇ ଦୁଇ ପରିବାର ପକ୍ଷରୁ ବୁଝାମଣା ହୋଇ ବିବାହ କରିବାକୁ ନିଷ୍ପତି ହୋଇଥିଲା । ହେଲେ ପୋଲିସ ବାବୁ ଜଣକ ଆଉ ଧରା ଛୁଆଁ ଦେଉନଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । କେସ ନକରିବାକୁ ପୋଲିସ ବାବୁ ଯୁବତୀଙ୍କୁ ୩ ଲକ୍ଷ ଟଙ୍କା ର ପ୍ରଲୋଭନ ମଧ୍ୟ ଦେଖାଇଥିଲେ । ହେଲେ ଯୁବତୀ ରାଜି ନହେବାରୁ ତାଙ୍କୁ ଜୀବନରୁ ମାରିଦେବାର ଧମକ ଦେବା ସହ ମୁ ପୋଲିସ ରେ ଅଛି ତୁ ମୋର କିଛି କରିପାରିବୁନି କହି ଧମକ ଦେବାକୁ ପୋଲିସ ବାବୁ ପଛାଇ ନାହାନ୍ତି । ପୋଲିସ ବାବୁ ଜଣକ ହେଲେ ଅନୁପ ଲୁଗୁନ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link