Zee Odisha Impact: ଜୀ ଓଡି଼ଶାର ପ୍ରଭାବ, ନିଲମ୍ବନ ହେଲେ ଜଟୁପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ

Tue, 23 Jul 2024-1:13 pm,

ଜୀ ଓଡିଶା ର ପ୍ରଭାବ | ନିଲମ୍ବନ ହେଲେ ଜଟୁ ପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଉଷା ହର ଓ ସହକାରୀ ଶିକ୍ଷୟିତ୍ରୀ ସୈରେନ୍ଦ୍ରି ହାତୀ ଙ୍କର ଏକ ମାସର ଦରମା ବନ୍ଦ |ସୂଚନା ଥାଉ କି ଗତ ୧୮ ତାରିଖ ଜ଼ୀ ଓଡିଶା ରେ ଏହି ଖବର ସ୍ୱତନ୍ତ୍ର (ଏକ୍ସକ୍ଲୁସିଭ) ଭାବେ ପ୍ରସାରଣ ହୋଇଥିଲା | କୁନି କୁନି ସ୍କୁଲ ଛାତ୍ର ଛାତ୍ରୀ ମାନେ ବିପଦ ସଂକୁଳ ଗାଡ଼ିଆ ରେ ମଧ୍ୟାହ୍ନ ଭୋଜନ ଖାଇ ଥାଳି ଧୋଇବା ପାଇଁ ଯାଇଥିଲେ ସେଇ ଗାଡ଼ିଆ ରେ କୌଣସି ଅଘଟଣ ଘଟିବାର ସମ୍ଭାବନା ରହିଛି | ସ୍କୁଲ ପରିସର ରେ ଛାତ୍ର ମାନଙ୍କୁ ଶ୍ରମିକ ଭଳିଆ କାମ କରେଇବା ତଥା ମଧ୍ୟାହ୍ନ ଭୋଜନ ସମୟରେ ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ଥାଳି ଧୋଇବାକୁ ସ୍କୁଲ ପରିସର ର ୧୦୦ ମିଟର ବାହାରେ ଥିବା ଗାଡ଼ିଆ କୁ ଯିବା ଘଟଣା ରେ ହୋଇଛି ଏହି କାର୍ଯ୍ୟାନୁଷ୍ଠାନ l ସମ୍ପୃକ୍ତ ଘଟଣା ରେ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଓ ସହକାରୀ ଶିକ୍ଷୟତ୍ରୀ ଙ୍କ ବିରୁଦ୍ଧରେ ହୋଇଛି କାର୍ଯ୍ୟାନୁଷ୍ଠାନ l

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link