Anubhav Mohanty: ବର୍ଷା-ଅନୁଭବ ବିବାଦ, ବିଚ୍ଛେଦ ପାଇଁ ହାଇକୋର୍ଟ ଦେଲେ ଅନୁମତି

Thu, 21 Dec 2023-6:23 pm,

ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ କେସରେ ଆସିଛି ନୂଆ ମୋଡ । ଆଜି ହାଇକୋର୍ଟ ଅନୁଭବଙ୍କ ବିବାହ ବିଚ୍ଛେଦ ନିମନ୍ତେ ଅନୁମତି ଦେଇଛନ୍ତି । ଅନୁଭବ କରିଥିବା ଆବେଦନ ଆଧାରରେ ମାନ୍ୟବର ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ ପରିବାର ଅଦାଲତ ଅଗ୍ରାହ୍ୟ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରିଛନ୍ତି । ଅନୁଭବ ମଗାନ୍ତି ହାଇକୋର୍ଟରେ ନିଜର ପକ୍ଷ ରଖିବା ସହିତ ମାମଲା ବିଷୟରେ ଉଲ୍ଲେଖ କରିଥିଲେ । ବିବାହ ଓ ନିଜ ବୈବାହିକ ଜୀବନରେ ଘଟିଥିବା ଘଟଣାକୁ ହାଇକୋର୍ଟଙ୍କୁ ଜଣାଇଥିଲେ ଅନୁଭବ । ବର୍ଷା ପତ୍ନୀର କର୍ତ୍ତବ୍ୟ କରିନାହାନ୍ତି ଓ ପରିବାରକୁ ଆଗେଇ ନେବାପାଇଁ ତାଙ୍କର କୌଣସି ଭୂମିକା ନାହିଁ ବୋଲି ଅନୁଭବ କୋର୍ଟରେ ଅଭିଯୋଗ କରିଥିଲେ । ତେବେ ପ୍ରଶ୍ନ ଉଠୁଛି କେଉଁ ଆଧାରରେ ହାଇକୋର୍ଟ ଅନୁଭବଙ୍କୁ ବିଚ୍ଛେଦ ପାଇଁ ଅନୁମତି ଦେଲେ ତାହା ଲିଖିତ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link