Chandrayaan 3 Budget: ଜହ୍ନମାମୁଁ ପାଖକୁ ଯିବାକୁ ଚନ୍ଦ୍ରୟାନ 3 ପଛରେ ଖର୍ଚ୍ଚ ହୋଇଛି ଏତିକି କୋଟି !

ରଶ୍ମିତା ସାହୁ Sun, 27 Aug 2023-6:22 pm,

ଅଗଷ୍ଟ ୨୩ ଥିଲା ପୂରା ଦେଶବାସୀଙ୍କ ପାଇଁ ଏକ ଗୌରବର ଦିନ । ଏହିଦିନକୁ କେବଳ ଯେ ଆମ ଦେଶ ତାହା ନୁହେଁ ବରଂ ପୂରା ବିଶ୍ୱ ନଜର ରଖିଥିଲା। କାରଣ ଏହିଦିନ ଚନ୍ଦ୍ରପୃଷ୍ଠରେ ପାଦ ଥାପିଥିଲା Chandrayaan-3 । ଚନ୍ଦ୍ରୟାନ ୩ ର ବିକ୍ରମ ଲ୍ୟାଣ୍ଡର ପ୍ରଜ୍ଞାନ ରୋଭର ସହ ୨୩ ଅଗଷ୍ଟରେ ଜହ୍ନର ଦକ୍ଷିଣ ମେରୁରେ ପାଦ ଥାପିଥିଲା। ତେବେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବା ପରେ ଇସ୍ରୋ ପ୍ରତିଦିନ ଏହାକୁ ନେଇ ଅନେକ ଅପଡେଟ ସେୟାର କରୁଛି । ହେଲେ କେବେ ଭାବିଛନ୍ତି ଚନ୍ଦ୍ରପୃଷ୍ଠକୁ ପହଞ୍ଚାଇବା ପାଇଁ ଚନ୍ଦ୍ରୟାନ ୩ ପଛରେ କେତେ ଖର୍ଚ୍ଚ କରିଛି ଇସ୍ରୋ। ତେବେ ଆସନ୍ତୁ ଜାଣିବା...Chandrayaan-3 କୁ ସଫଳ କରିବା ପାଇଁ ଏହା ପଛରେ ପ୍ରାୟ ୬୧୫ କୋଟି ବା ୭୫ ମିଲିୟନ ଡଲାର ଖର୍ଚ୍ଚ କରାଯାଇଥିବା ରିପୋର୍ଟ କହୁଛି। ବର୍ଷ ୨୦୧୯ ରେ Chandrayaan-2 ମିଶନ ବିଫଳ ହେବା ପରେ ଚନ୍ଦ୍ରୟାନ ୩ ର ମିଶନ ତୁରନ୍ତ ଆରମ୍ଭ କରିଥିଲା Isro । ମାତ୍ର Chandrayaan-3 ୨୦୨୧ରେ ଲଞ୍ଚ କରିବାକୁ ପ୍ଲାନ କରିଥିଲା ଇସ୍ରୋ। ମାତ୍ର ଏକଥା ସମସ୍ତେ ଜାଣନ୍ତି କି କୋଭିଡ ମହାମାରୀ କାରଣରୁ ଏହି ମିଶନରେ ବିଳମ୍ବ ଦେଖିବାକୁ ମିଳିଥିଲା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link