ଆଗରୁ ଦୁଇଟି ଷ୍ଟମ୍ପରେ ଖେଳା ଯାଉଥିଲା କ୍ରିକେଟ୍, କେମିତି ‘ଦୁଇ’ରୁ ‘ତିନି’ ହେଲେ ଷ୍ଟମ୍ପ ?
ପ୍ରଭୁଦତ୍ତ ମହାରଣା Mon, 02 Oct 2023-9:27 am,
କ୍ରିକେଟରେ ପ୍ରତିପକ୍ଷ ଟିମର ୱିକେଟ୍ ବା ଷ୍ଟମ୍ପ ଉପରେ ପ୍ରତିଦ୍ୱନ୍ଦ୍ୱୀଙ୍କ ନଜର ଥାଏ। ଷ୍ଟମ୍ପ ଉପୁଡିଲେ ୱିକେଟ୍ ଉଡିବ, ୱିକେଟ୍ ଉଡିଲେ ଜିତିବାର ସମ୍ଭାବନା ବଢିବ। କ୍ରିକେଟ୍ ଦେଖୁଥିବା ଲୋକଙ୍କୁ ଯଦି ପଚରାଯାଏ ଷ୍ଟମ୍ପ ସଂଖ୍ଯା କେତେ ତେବେ ତୁରନ୍ତ ଉତ୍ତର ଆସିବ-୩। କିନ୍ତୁ କେବେ ଚିନ୍ତା କରିଛନ୍ତି କି ଆଗରୁ ଷ୍ଟମ୍ପ ସଂଖ୍ଯା କେତେ ଥିଲା ? କ୍ରିକେଟ୍ ଆରମ୍ଭରୁ ଯଦି ଷ୍ଚମ୍ପ ସଂଖ୍ଯା ତିନି ଥିଲା ବୋଲି ଆପଣ ଭାବୁଛନ୍ତି ତେବେ ଭୁଲ ଭାବୁଛନ୍ତି । ଆରମ୍ଭରେ କ୍ରିକେଟରେ ଷ୍ଚମ୍ପ ସଂଖ୍ଯା ଦୁଇ ଥିଲା। କିନ୍ତୁ କିଛି ଅସୁବିଧା କାରଣରୁ ଷ୍ଟମ୍ପ ସଂଖ୍ଯାକୁ ତିନି କରାଯାଇଥିଲା। ଆସନ୍ତୁ ଜାଣିବା କେମିତି ଦୁଇରୁ ତିନି ହୋଇଥିଲେ ଷ୍ଟମ୍ପ।