First Election Of India: କେମିତି ଥିଲା ଆମ ଦେଶରେ ହୋଇଥିବା ପ୍ରଥମ ମତଦାନର ଦିନ? କେତେ ହୋଇଥିଲା ଖର୍ଚ୍ଚ

ରଶ୍ମିତା ସାହୁ Tue, 09 Apr 2024-7:16 pm,

ଦୁନିଆର ସବୁଠାର ଗଣତାନ୍ତ୍ରିକ ଦେଶ ଭାବେ ଭାରତକୁ ବିବେଚନା କରାଯାଏ । ଆଉ ଏଠାରେ ୨୫ ଅକ୍ଟୋବରକୁ ବହୁତ ଖାସ୍ ବୋଲି ମନାଯାଏ। କାରଣ ୧୯୫୧ ଅକ୍ଟୋବର ୨୫ ରେ ଦେଶରେ ପ୍ରଥମ ଲୋକସଭା ନିର୍ବାଚନ ର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଯାହା ୪ ମାସ ଧରି ଲାଗିରହିଥିଲା। ଏହାର ଅର୍ଥ ୨୧ ଫେବୃଆରି ୧୯୫୨ ମସିହାରେ ଏହାର ପ୍ରକ୍ରିୟା ଶେଷ ହୋଇଥିଲା। ସେତେବେଳେ ଦେଶରେ ମୋଚ ଜନସଂଖ୍ୟା ଥିଲା ୩୪ କୋଟି । ଆଉ ସେଥିମଧ୍ୟରୁ ମତଦାତାଙ୍କ ସଂଖ୍ୟା ଥିଲା ୧୭ କୋଟି। ସେତେବେଳେ ବ୍ରିଟିଶ ମାନେ ବି ଏକଥା କହିଥିଲେ ଯେ, ଭାରତରେ ଲୋକତନ୍ତ୍ରକୁ ସମ୍ଭାଳିବାର କ୍ଷମତା ନାହିଁ। ହେଲେ ଏହାକୁ ଭୁଲ ସାବ୍ୟସ୍ତ କରିଥିଲେ ଆମ ଜନତା । ପ୍ରଥମ ମତଦାନ ପାଇଁ ଧନୀ ଠୁ ଗରିବ ସମସ୍ତେ ଏକାଠି ହୋଇଥିଲେ। ଲୋକସଭା ନିର୍ବାଚନ ଶେଷ ପରେ ଭାରତ ଲୋକତାନ୍ତ୍ରିକ ଦେଶ ଭାବେ ପୂରା ବିଶ୍ୱରେ ନିଜକୁ ପ୍ରମାଣିତ କରିଥିଲା। ୧୯୪୭ ଅଗଷ୍ଟ ୧୫ ରେ ଦେଶ ସ୍ୱାଧୀନ ପରେ ୨୬ ଜାନୁଆରୀ ୧୯୫୦ ରେ ଭାରତ ଗଣତନ୍ତ୍ର ଭାବେ ବିବେଚିତ ହୋଇଥିଲା। ଏହାପରେ ୧୯୫୧ ରେ ପ୍ରଥମ ଭୋଟ ଦେଇଥିଲା ଭାରତ । ରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାସାଥୀରେ ଆରମ୍ଭ ହୋଇଥିଲା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link