Paradeep News: ୬ଦଫା ଦାବି ପୂରଣ ନହେଲେ ଭୋଟ୍ ବର୍ଜନ କରିବେ ୧୪ ଲକ୍ଷ ମତ୍ସ୍ୟଜୀବୀ

Thu, 07 Mar 2024-5:39 pm,

ଛଅ ଦଫା ଦାବି ପୂରଣ ନ ହେଲେ ଆସନ୍ତା ସାଧାରଣ ନିର୍ବାଚନ ରେ ଭୋଟ୍ ବର୍ଜନ କରିବେ ୧୪ ଲକ୍ଷ ମତ୍ସ୍ୟ ଜିବୀ। ଦାବି ପୂରଣ ନହେଲେ ସମୂହ କରିବେ ଭୋଟ ବର୍ଜନ। ଆମର ହକ୍ ଆମକୁ ନଦେଲେ ହେବ ଭୟଙ୍କର ଲଢେଇ ଏଭଳି ଚରମ ଚେତାବନୀ ଶୁଣାଇଛନ୍ତି ଓଡିଶା ପାରମ୍ପରିକ ମତ୍ସ୍ୟ ଉନ୍ନୟନ ସଂଗଠନ। ଯାହା ଏବେ ସମସ୍ତଙ୍କ ପାଇଁ ଚିନ୍ତା ର କାରଣ ପାଲଟିଛି।ଗତ ଫେବୃଆରୀ ୯ ତାରିଖ ରେ ପାରାଦୀପ ଲକପଡା ସ୍ଥିତ ଓଡିଶା ପାରାଦୀପ ମତ୍ସ୍ୟ ଉତ୍ପାଦକ ସଂଘ କାର୍ଯ୍ୟାଳୟରେ ବିଭିନ୍ନ ମତ୍ସ୍ୟଜୀବୀ ସଂଗଠନ କୁ ନେଇ ପାରମ୍ପରିକ ମତ୍ସ୍ୟ ଉନ୍ନୟନ ସଂଗଠନ ଏକ ବୈଠକ କରିଥିବା ବେଳେ ଭୁବନେଶ୍ଵର ଲୋଏର ପିଏମଜି ରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା। ସରକାର ଙ୍କୁ ଦେଇଥିବା ୬ ଦଫା ଦାବି କୁ ସରକାର କର୍ଣ୍ଣପାତ ନକରିବାରୁ ଆଜି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଭୋଟ ବର୍ଜନ ର ନିଷ୍ପତ୍ତି ଶୁଣାଇଛନ୍ତି ଯାନ୍ତ୍ରିକ ଓ ପାରାମ୍ପରିକ ମିଳିତ ମତ୍ସ୍ୟଜୀବୀ କ୍ରିୟାନୁଷ୍ଠାନ କମିଟି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link