Cyclone Update: ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ମିଚୌଙ୍ଗ୍, କଣ ରହିବ ପ୍ରଭାବ
Dec 03, 2023, 17:39 PM IST
ବାତ୍ୟା ପ୍ରଭାବରେ ଘଣ୍ଟାକୁ ୮୦ରୁ ୯୦ କିଲୋମିଟର ପବନ ବୋହିବ । ଏହାସହ ଆନ୍ଧ୍ରର ପୁଦୁକୋଟୋଇ, ଜଞ୍ଜାବୁର, ତିରୁବରୁତ, ନାଗପଟ୍ଟିନମ୍, ତିରୁବଲ୍ଲୁର, ଚେନ୍ନାଇ, କାଞ୍ଚିପୁରମ୍, ରାନୀପେଟ, ଚେଙ୍ଗଲପଟ୍ଟୁ, ବିଲ୍ଲୁପୁରମ୍, କୁଡ୍ଡାଲୋର ଅ୍ରାଦି ଜିଲ୍ଲାରେ ଭାରୀ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟାକୁ ଦୃଷ୍ଟିରେ ରଖି ଆନ୍ଧ୍ର ସରକାର ଶନିବାର ଅଧିକାରୀଙ୍କ ସହ ଆଲୋଚନା କରିବା ସହ ହାଇ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟାର ପ୍ରଭାବ ରେଳବାଇ ଉପରେ ବି ପଡିବାର ସମ୍ଭାବନା ଥିବାରୁ ୩ରୁ ୭ ଡିସେମ୍ବର ଯାଏ ଦୂରଗାମୀ ଟ୍ରେନଗୁଡିକୁ ବାତିଲ କରାଯାଇଛି ।