Weather Report: ଖସୁଛି ରାତି ତାପମାତ୍ରା, ୩ରୁ ୫ ଡିଗ୍ରୀ ଯାଏଁ କମିବ ପାରା

Sat, 09 Dec 2023-5:26 pm,

ଆକାଶରୁ ହଟିଲା ବାଦଲ, ରାଜ୍ୟରେ ବଢିଲା ଶୀତ । ତଳକୁ ଖସିଛି ରାତି ବେଳର ତାପମାତ୍ରା । ଦିନେ ୨ ଦିନ ଭିତରେ ୩ରୁ ୫ ଡିଗ୍ରୀ ଯାଏଁ ରାତି ତାପମାତ୍ରା ଖସିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏପଟେ ସୁନ୍ଦରଗଡ଼ କୋଇଡ଼ାର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଲାଣି ଘନ କୁହୁଡ଼ି । ପ୍ରବଳ କୁହୁଡି ଯୋଗୁଁ ୨୦ ମିଟର ଆଗକୁ ଦୃଶ୍ୟମାନ ହେଉନି ରାସ୍ତା । ଦୁଇଦିନ ଧରି ଅଞ୍ଚଳରେ ବର୍ଷା ପରେ ଶୀତ ସାଙ୍ଗକୁ ଘନ କୁହୁଡି ଜନ ଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ କରୁଛି । ରାସ୍ତା ଦେଖାଯାଉନଥିବାରୁ ଗାଡି ଚଳାଚଳରେ ସମ୍ପୂର୍ଣ୍ଣ ବାଧା ଉପୁଜିଥିବା ଦେଖିବାକୁ ମିଳିଛି । କୋଇଡାରୁ ଟେନସା ଓ କୋଇଡାରୁ କାଲଟା ରାସ୍ତାରେ ପ୍ରବଳ କୁହୁଡି ଯୋଗୁଁ ଗାଡି ଚଳାଚଳରେ ବାଧା ଦେଖା ଦେଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link