Hamas Guide Book: ପଣବନ୍ଦୀଙ୍କୁ ଶକ୍ ଦିଅ,ସମସ୍ୟା ସୃଷ୍ଟିକାରୀଙ୍କୁ ହତ୍ୟା କର

Thu, 26 Oct 2023-1:44 pm,

ହମାସ ପାଖରେ ଏବେ ଦେଢଶହରୁ ଅଧିକ ଇସ୍ରାଏଲୀ ପଣବନ୍ଦୀ ଅଛନ୍ତି। ଏହି ପଣବନ୍ଦୀଙ୍କ ଜୀବନ ବଦଳରେ ହମାସ ଇସ୍ରାଏଲ ସହିତ ଡିଲ୍ କରିବାକୁ ଚାହୁଁଛି। ଇସ୍ରାଏଲ ଉପରେ ମନୋବୈଜ୍ଞାନିକ ଚାପ ପ୍ରୟୋଗ କରିବାକୁ ହମାସ ସେମାନଙ୍କ ଭିଡିଓ ମଧ୍ଯ ପୋଷ୍ଟ କରୁଛି। ଯାହାର ଲକ୍ଷ୍ୟ ହେଉଛି ଇସ୍ରାଏଲୀ ସରକାରକୁ ଚାପରେ ଆଣ୍ଢେଇବାକୁ ବାଧ୍ଯ କରିବା। ତେବେ ଇସ୍ରାଏଲର ନୀତି ହେଉଛି କୌଣସି ପରିସ୍ଥିତିରେ ମଧ୍ଯ ଆତଙ୍କବାଦୀଙ୍କ ସହିତ ସାଲିସ କରାଯିବ ନାହିଁ। ଅକ୍ଟୋବର ୭ ଆକ୍ରମଣ ପରେ ଧିରେ ଧିରେ ହମାସର ରଣନୀତି ସାମ୍ନାକୁ ଆସିବାରେ ଲାଗିଛି । ହମାସ ଅଧିକରୁ ଅଧିକ ହିଂସା ଚାହୁଁଥିଲା । ପଣବନ୍ଦୀଙ୍କୁ ପରବର୍ତ୍ତି କାଳରେ ମୁଲଚାଲ କରିବା ପାଇଁ ବ୍ୟବହାର କରିବା ହମାସର ଲକ୍ଷ୍ଯ ଥିଲା । ତେଣୁ ଆକ୍ରମଣ କାଳରେ ଯଦି ଗୋଟିଏ ଗୋଷ୍ଠୀ କେବଳ ଆକ୍ରମଣ କରୁଥିଲେ ତେବେ ଆଉ ଗୋଟିଏ ଗୋଷ୍ଠୀ କୁରିୟର ଭାବେ କାର୍ଯ୍ୟ କରୁଥିଲା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link