Akhandalmani Temple: ଚଳିତମାସ ୨୨ରୁ ଆଖଣ୍ଡଳମଣିଙ୍କ ପୀଠରେ ଆରମ୍ଭ ହେବ ଶ୍ରାବଣୀଯାତ୍ରା

Thu, 11 Jul 2024-1:52 pm,

ଚଳିତମାସ ୨୨ରୁ ଆଖଣ୍ଡଳମଣିଙ୍କ ପୀଠରେ ଆରମ୍ଭ ହେବ ଶ୍ରାବଣୀଯାତ୍ରା। ଏହି ଯାତ୍ରା ଆସନ୍ତା ଆସନ୍ତା ଅଗଷ୍ଟ ୧୯ଯାଏଁ ଏକମାସ ଧରି ପାଳିତ ହେବ। ଏହି ଅବସରରେ ମଣିବାବାଙ୍କ ପାଖରେ ଜଳାଭିଷେକ କରିବା ପାଇଁ ରାଜ୍ଯ ଓ ରାଜ୍ଯ ବାହାରୁ ଲକ୍ଷାଧିକ ବୋଲବମ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଜିଲାପାଳଙ୍କ ସଦଭାବନା ସଭାଗୃହରେ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭଦ୍ରକ ଜିଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋରଙ୍କ ଅଧ୍ଯକ୍ଷତାରେ ଜିଲା ଆରକ୍ଷିଅଧିକ୍ଷକ ବରୁଣ ଗୁଣ୍ଠପାଲି, ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ମନୋଜ ପାତ୍ର, ଜିଲାପରିଷଦ ଅଧକ୍ଷ ପ୍ରଫୁଲ ଜେନା, ଡିଆଇଭି ଡିଏସପି ପ୍ରଭାତ ବିଶ୍ବଳ, ଜିଲା ଲୋକସମ୍ପର୍କ ଅଧିକାରୀ ରମେଶଚନ୍ଦ୍ର ନାୟକ, ଜିଲା ସଂସ୍କୃତି ବିଭାଗର ଅଧିକାରୀ, ଜିଲା ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାର ଅଧିକାରୀ ଦିପକ ପାଣିଗ୍ରାହୀ, ଚାନ୍ଦବାଲି ତହସିଲିଦାର , ବିଡିଓ ଅସିତ ମହାନ୍ତି, ଜିଲାପରିଷଦସଭ୍ଯ ପ୍ରିନ୍ସରାକେଶ ନାୟକ, ରାଜାଙ୍କ ପ୍ରତିନିଧି ମାୟାଧର ବାରିକ, ଟ୍ରଷ୍ଟବୋର୍ଡ ସଭ୍ଯ ସନ୍ତୋଷ ପାଢୀ, ସରୋଜ ଦାସ ପ୍ରମୁଖ ଯୋଗଦେଇଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link