Weather Report: କମିଛି ଶୀତ ! ଘନ କୁହଡ଼ି ପାଇଁ ଜାରି ହୋଇଛି ୧୪ ଜିଲ୍ଲାକୁ ୱାର୍ଣ୍ଣିଂ

Tue, 16 Jan 2024-4:26 pm,

ରାଜ୍ୟରେ କମିଛି ଶୀତ । ହେଲେ କଲବଲ କରୁଛି କୁହୁଡ଼ି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ଦେଖାଦେଇଥିବାରୁ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ଗଡ଼ି ଚଳାଚଳ ସ୍ୱାଭାବିକ ଭାବେ କରିପାରୁନାହିଁ । ଦୁର୍ଘଟଣା ହେବାର ଆଶଙ୍କା ରହିଛି । ଶୀତ ସାଙ୍ଗକୁ ଘନ କୁହୁଡ଼ି ଅସ୍ତବ୍ୟସ୍ତ କରିଛି ଜନସାଧାରଣକୁ । ରାଜ୍ୟର ଏକାଧିକ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କିଛି ମିଟର ପରେ ଆଉ ରାସ୍ତା ଦେଖା ଯାଉନଥିବାରୁ ଯାନବାହନ ଚଳାଚଳରେ ଅସୁବିଧା ସୃଷ୍ଟି ହୋଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link