ଝାରସୁଗୁଡ଼ା ଉପନିର୍ବାଚନରେ ମତ ସାବ୍ୟସ୍ତ କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

Wed, 10 May 2023-1:52 pm,

ଆଜି ବୁଧବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମୋଟ ୨୫୩ ବୁଥରେ ସଂଧ୍ଯା ୬ଟା ଯାଏଁ ଏହି ଭୋଟଦାନ ପ୍ରକ୍ରିୟା ଜାରି ରହିବ। ମୁକ୍ତ ଓ ଅବାଧ ନିର୍ବାଚନ ଲାଗି ସମସ୍ତ ବୁଥରେ ସିସିଟିଭି ଲଗାଯାଇଛି ଏହାସହ ସମ୍ବେଦନଶୀଳ ବୁଥ ଗୁଡ଼ିକରେ ଫୋର୍ସ ମୁତୟନ କରାଯାଇଛି। ସେପଟେ ବୁଥ ଭିତରକୁ ଭୋଟରମାନଙ୍କୁ ଫୁଲ ଚନ୍ଦନ ଲଗାଇ ସ୍ବାଗତ କରାଯାଉଛି। ମଇଦାନରେ ୯ ଜଣ ପ୍ରାର୍ଥୀ ରହିଥିବା ବେଳେ କିନ୍ତୁ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଯଥା ବିଜେଡ଼ିରୁ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ତେଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ଜାରି ରହିଛି।  ଧାଡ଼ିରେ ଆସି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ନିଜର ମତ ସାବ୍ୟସ୍ତ କରିଛନ୍ତି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link