Kansa Maharaja: ଶେଷ ହେଲା ଧନୁଯାତ୍ରା,ପାପକର୍ମର ପ୍ରାୟଶ୍ଚିତ ପାଇଁ ମହୋଦଧିରେ ସ୍ନାନ କଲେ କଂସ ମହାରାଜ

Fri, 26 Jan 2024-5:00 pm,

ଦୀର୍ଘ୧୧ଦିନ ଧରି ଚାଲିଥିବା ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଉଦଜାପିତ ହୋଇଛି। ଏହି ଧନୁଯାତ୍ରାରେ କଂସମହାରାଜ ଭୁମିକାରେ ଅଭିନୟ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅନେକ ଅପଶବ୍ଦ ପ୍ରୟୋଗ କରିଛନ୍ତି। କୃଷ୍ଣ ,ବଳରାମ,ରାମ,ନାରାୟଣଙ୍କ ନାମ ଉଚ୍ଚାରଣ କରୁଥିବା ବ୍ଯକ୍ତିଙ୍କୁ କଠୋର ଦଣ୍ଡବିଧାନ କରିଛନ୍ତି। ହେଲେ ଯେତେବେଳେ ଧନୁଯାତ୍ରା ସରିଯାଏ ପାପକର୍ମର ପ୍ରାୟଶ୍ଚିତ ପାଇଁ କଂସମହାରାଜଙ୍କ ପ୍ରାଣ ବ୍ଯାକୁଳ ହୋଇଉଠେ। ଦୀର୍ଘ୧୧ ଦିନ ଧନୁଯାତ୍ରାରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୧୧ଦିନ ଧରି ଯେଉଁ ଯେଉଁ ଭଳି ଅପଶବ୍ଦ ବ୍ଯବହାର କରି ନିଜର ପ୍ରାଣକୁ ଆଘାତ ଦେଇଛି ତାର ପ୍ରାୟଶ୍ଚିତ କେବଳ ମହାପ୍ରଭୁ ହିଁ କରିବେ। ଏଥିପାଇଁ ବରଗଡ କଂସମହାରାଜ ଓ ତାର ପରିଷଦ ବର୍ଗ ଆଜି ସିଧା ପୁରୀ ଗସ୍ତରେ ଆସି ପ୍ରଥମେ ମହୋଦଧି ସ୍ନାନ କରି ପଇତା ବଳାଇ ପରିବର୍ତ୍ତନ କରିଛନ୍ତି। ତାପରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରୁ ପତିତପାବନଙ୍କୁ ଦର୍ଶନ କରିବା ସହ ରତ୍ନବେଦୀରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମୁଣ୍ଡିଆ ମାରି କ୍ଷମା ପ୍ରାର୍ଥନା କରିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link