Shocking Video: ଅଘୋଷିତ ବିଦ୍ୟୁତ୍ କାଟ, ରାଗିଯାଇ ବିଦ୍ୟୁତ ବିଭାଗରେ କୁମ୍ଭୀର ଛାଡି଼ଦେଲେ ଚାଷୀ

ରଶ୍ମିତା ସାହୁ Wed, 25 Oct 2023-5:45 pm,

ଦିନରେ ବିଦ୍ୟୁତ୍ ଯୋଗାଣ ପର୍ଯ୍ୟାପ୍ତ ନହେବା କାରଣରୁ ଯେତେବେଳେ ଚାଷୀମାନେ ରାତିରେ ନିଜ କ୍ଷେତରେ କାମ କରିବାକୁ ଯାଆନ୍ତି ତେବେ ବଣୁଆ ଜନ୍ତୁ ଏବଂ ସାପର ବିପଦ ରହିଥିବା ସହ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ ଚାଷୀ। ଗତ ସପ୍ତାହରେ ସେହିପରି କରେଣ୍ଟ କଟିଯିବା ପରେ ଜଣେ ଚାଷୀ ନିଜ କ୍ଷେତକୁ ମଟର ଦ୍ୱାରା ପାଣି ଚଢାଇ ପାରିନଥିଲେ। ସେତେବେଳେ ସେ ପାଖ ନାଳରୁ ପାଣି ଆଣିବାକୁ ଯାଇ ଦେଖିଲା ବେଳକୁ ତାଙ୍କ କ୍ଷେତରେ ଏକ କୁମ୍ଭୀର ଥିଲା। ଯାହାଫଳରେ ସେ ଭୟରେ ସେଠାରୁ ପଳାଇ ଆସି ନିଜ ସାହି ପଡ଼ିଶାରେ କହିଥିଲେ। ଗ୍ରାମବାସୀ କହିଛନ୍ତି ଯେ କୁମ୍ଭୀର ନିକଟସ୍ଥ କୃଷ୍ଣା ନଦୀରୁ ଶିକାର କରିବାକୁ କ୍ଷେତକୁ ଆସିଥିଲା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link