Marriage Reels Video: ବିବାହ ପରେ ରାତାରାତି ଷ୍ଟାର ହୋଇଗଲେ ଦୀପାଞ୍ଜଳି ଓ ରାଜେନ୍ଦ୍ର

ରଶ୍ମିତା ସାହୁ Sun, 10 Sep 2023-1:39 pm,

ପରିବାରର ଇଚ୍ଛା ବିରୋଧରେ ଝିଅ ପ୍ରେମ କରି ବାହାହେଲା ବୋଲି ତା ଫଟୋରେ ବାପା ମାଆ ମାଳ ଚଢାଇଛନ୍ତି । ଖାଲି ସେତିକି ନୁହେଁ, ସେପଟେ ଝିଅର ଶାଶୂଘରେ ବାହାଘର ଭୋଜି ଚାଲିଥିବା ବେଳେ ଏପଟେ ବାପା ମାଆ ନିଜ ବଞ୍ଚିଥିବା ଝିଅ ପାଇଁ ପିଣ୍ଡ ପକାଉଥିଲେ। ହଁ ଆଜ୍ଞା, ଏ ଘଟଣା ହେଉଛି କେନ୍ଦ୍ରାପଡା ଆଳି ସଦର ଅଞ୍ଚଳର । ବାସ୍ତବ ମଳିକଙ୍କ ଝିଅ ଦୀପାଞ୍ଜଳି ସେହି ଅଞ୍ଚଳର ଅନନ୍ତ ମଳିକଙ୍କ ପୁଅ ରାଜେନ୍ଦ୍ରଙ୍କୁ ପ୍ରେମ କରୁଥିଲେ । ଆଉ ବାହା ହେବାକୁ ଚାହୁଁଥିଲେ । ହେଲେ ଏଥିରେ ସ୍ୱୀକୃତି ଦେଇନଥିଲେ ଦୀପାଞ୍ଜଳିଙ୍କ ପରିବାର ଲୋକେ । ଆଉ ଶେଷରେ ନିଜ ପ୍ରେମକୁ ସଫଳ କରିବା ପାଇଁ ଦୀର୍ଘ ବର୍ଷର ସମ୍ପର୍କକୁ ପଛରେ ପକାଇ ଦେଇ ଘରୁ ଗୋଡ କାଢିଥିଲା ଝିଅ । ହେଲେ ଏବେ ଦୀପାଞ୍ଜଳି ଓ ରାଜେନ୍ଦ୍ର ଇନଷ୍ଟାରେ ରିଲ୍ସ କରି ଅପଲୋଡ କରୁଛନ୍ତି । ଯାହାର ପ୍ରଭାବରେ ରାତାରାତି ଷ୍ଟାର ହୋଇଛନ୍ତି ଦୀପାଞ୍ଜଳି ଓ ରାଜେନ୍ଦ୍ର

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link