Bahanaga train accident: କଟକ ଏସସିବି ମେଡିକାଲରୁ ଡିସ୍ଚାର୍ଜ୍ ହେଲେ ବାହାନଗା ରେଳ ଦୁର୍ଘଟଣାର ଶେଷ ରୋଗୀ

ପ୍ରିୟମ୍ବଦା ରଣା Fri, 10 Nov 2023-3:40 pm,

ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଶେଷ ରୋଗୀ ଆଜି ଏସସିବିରୁ ଡିସଚାର୍ଜ ହୋଇଛନ୍ତି। ବିହାରର ବଜରଙ୍ଗୀ ଠାକୁର ଦୁର୍ଘଟଣାରେ ବାମ ଗୋଡଟି ସମୂର୍ଣ୍ଣ ନଷ୍ଟ ହୋଇ ଏସସିବି ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିଲେ । ବଜରଙ୍ଗୀଙ୍କ ଜୀବନ ବଞ୍ଚାଇବା ଲାଗି ଆଣ୍ଠୁ ତଳୁ ତାଙ୍କ ଗୋଡକୁ କାଟିବାକୁ ପଡିଥିଲା । ଏହା ପରେ ଆସିୟୁରେ ରଖାଯାଇ ଏସସିବିର ପ୍ଲାଷ୍ଟିକ୍ ସର୍ଜରୀ ଏବଂ ଅର୍ଥୋପେଡିକ ବିଭାଗର ଡାକ୍ତରମାନଙ୍କ ମିଳିତ ଉଦ୍ୟମରେ ଏକ କ୍ରୁତିମ ଗୋଡ ଲଗାଯାଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link