Leopard Rescue: ବାରିପଦା ସହର ବୁଢିଖମାରୀ ସାହିରେ ବାଘ ଆତଙ୍କ, ଲୋକେ ଭୟଭୀତ

Fri, 17 May 2024-1:39 pm,

ଆଜି ସକାଳେ ବାରିପଦା ସହରର ଭଞ୍ଜପୁର ସ୍ଥିତ ବୁଢ଼ୀଖମାରୀ ସାହି ଠାରେ ବାଘ ଆତଙ୍କ ଖେଳିଯାଇଛି। ଜଣେ ବ୍ୟକ୍ତି ତାଙ୍କ ପିଲାକୁ ଟ୍ୟୁସନ ଛାଡିବାକୁ ଯାଉଥିବାବେଳେ ବାଘଟିକୁ ଦେଖିଥିଲେ। ଖବର ପ୍ରଚାରିତ ହେବା ପରେ ସ୍ଥାନୀୟଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସମସ୍ତେ ଭୟଭୀତ ଥିବା ସୂଚନା ପାଇ ବନବିଭାଗ ପହଞ୍ଚି ବାଘକୁ ଖୋଜୁଛି। ବାଘ ପିଞ୍ଜରା ଗାଡି, ଜାଲ ଓ ଟ୍ରାଙ୍କୁଲାଇଜର ଧରି ଯୋଜନାବଦ୍ଧ ଭାବେ ବାଘକୁ ଠାବ ପାଇଁ ଅନୁଧ୍ୟାନ କରୁଛନ୍ତି । ଅଟାକଳ ଗୋଦାମଘରେ ବାଘଟି ଥିବା ସନ୍ଦେହ କରି ଚାରିପଟେ ଜାଲ ଘେରି ଧରିବାକୁ ଯୋଜନା ଚଳାଇଛନ୍ତି। ଶେଷରେ ବହୁ ଚେଷ୍ଟାରେ ବାଘଟିକୁ କାବୁ କରିଛି ବନ ବିଭାଗୀୟ।ସୂଚନା ଅନୁଯାୟୀ, ୨ଦିନ ତଳେ ଶ୍ୟାମାଖୁଣ୍ଟା ବ୍ଲକର ଜଗନ୍ନାଥପୁର ଗ୍ରାମରେ ଏକ କଲରାପତରିଆ ବାଘ ଦେଖାଯାଇଥିଲା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link