Adapa Bije: ଆଜି ଆଡ଼ପ ବିଜେ କରିବେ ଶ୍ରୀଜୀଉ, ରଥ ଉପରେ ଚାଲିଛି ମହାପ୍ରଭୁଙ୍କ ସମସ୍ତ ନିତିକାନ୍ତି

Tue, 09 Jul 2024-3:13 pm,

ଦୀର୍ଘ ୫୩ବର୍ଷ ପରେ ହେଲା ମହାପ୍ରଭୁଙ୍କ ବିରଳ ରଥଯାତ୍ରା। ଦୁଇଦିନ ଧରି ରଥରେ ମହାପ୍ରଭୁ ଯାତ୍ରା କଲେ। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଅପରାହ୍ନ ପ୍ରାୟ ୪.୫୯ ମିନିଟରେ ବଡଦାଣ୍ଡରେ ଶ୍ରୀଗୁଣ୍ଡିଚା ଅଭିମୁଖେ ଗଡିଥିବା ମହାପ୍ରଭୁଙ୍କ ଦିବ୍ଯରଥ ଗତକାଲି ଅପରାହ୍ନ ୨.୩୫ରେ ସିଂହଦ୍ଵାର ଚକଡାରେ ପହଞ୍ଚିଥିଲା। ଦୁଇଦିନିଆ ଯାତ୍ରାରେ କ୍ଳାନ୍ତ ହୋଇପଡିଛନ୍ତି ମହାପ୍ରଭୁ। ରଥ ଉପରେ ଚାଲିଛି ମହାପ୍ରଭୁଙ୍କ ସମସ୍ତ ନିତିକାନ୍ତି। ଆଜି ସଂନ୍ଧ୍ୟା ଧୂପ ପରେ ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ କରିବେ ମହାବାହୁ। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ରଥାରୂଢ ଶ୍ରୀଜୀୟୁ ମାନଙ୍କୁ ଦିବ୍ଯ ଦର୍ଶନ କରୁଛନ୍ତି ଲକ୍ଷଲକ୍ଷ ଶ୍ରଦ୍ଧାଳୁ। ନିଜ ଯନ୍ମମାଟିରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳ ଏବେ ଦିବ୍ଯମୟ ହୋଇଯାଇଛି। ଆଜି ସକାଳୁ ସକାଳୁ ରଥାରୂଢ ଶ୍ରୀଜୀୟୁଙ୍କ ନିକଟରେ ମଙ୍ଗଳାଳତୀ ସମ୍ପର୍ଣ୍ଣ ହୋଇଛି। ସକାଳ ୬.୨୫ରେ ଶ୍ରୀବଳଭଦ୍ର, ୬.୪୬ରେ ଲିଳାମୟ ଶ୍ରୀଜଗନ୍ନାଥ ଓ ସର୍ବଶେଷରେ ଅର୍ଥାତ ୭.୦୨ରେ ଦେବୀ ସୁଭଦ୍ରାଙ୍କ ଆଳତୀ ସମ୍ପର୍ଣ୍ଣ ହୋଇଛି। ରଥ ଉପରେ ଅନ୍ଯାନ୍ଯ ନିତି ସହିତ ସଂନ୍ଧ୍ୟା ଧୂପ ବଢିଲେ ମହାପ୍ରଭୁଙ୍କ ପହଣ୍ଡି ନିତି ଆରମ୍ଭ ହେବ। ଗୋଟି ପହଣ୍ଡିରେ ଜନ୍ମବେଦି ଅର୍ଥାତ ଆଡପମଣ୍ଡପକୁ ବିଜେ କରିବେ ଲିଳାମୟ ଠାକୁର। ରାତିରେ ଦହିପଖାଳ ଖାଇବେ। ରତ୍ନବେଦୀ ଛାଡି ଆଡପମଣ୍ଡପରେ ଲିଳା କରିବେ ଜଗତ ବ୍ରହ୍ମାଣ୍ଡ ଠାକୁର। ଆସନ୍ତା କାଲିଠାରୁ ଆରମ୍ଭ ହେବ ଆଡପମଣ୍ଡପ ଦର୍ଶନ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link