Manjummel Boys: ୨୦ କୋଟି ଖର୍ଚ୍ଚରେ ତିଆରି ଫିଲ୍ମର ୧୩ ଦିନରେ ଶହେ କୋଟିର ବମ୍ପର ଇନକମ

Mar 18, 2024, 19:13 PM IST

ବଲିଉଡ ସହ ଏବେ ସାଉଥ୍ ଫିଲ୍ମକୁ ମଧ୍ୟ ଦର୍ଶକଙ୍କ ବହୁତ ଭଲ ପାଇବା ମିଳୁଛି। ଆଜିକାଲି ମାଲାୟାଲମ୍ ଫିଲ୍ମ 'ମଞ୍ଜୁମେଲ ବଏଜ୍'କୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି। ଏହି ଫିଲ୍ମ ରିଲିଜ ହେବାର ପ୍ରାୟ ୧୩ ଦିନ ବିତିଗଲାଣି । ଏହି ୧୩ ଦିନ ମଧ୍ୟରେ ଫିଲ୍ମଟି ସଫଳତାର ନୂଆ ମାଇଲଖୁଣ୍ଟ ହାସଲ କରିଛି । ଏହା ପୂର୍ବରୁ '୨୦୧୮', 'ବ୍ରହ୍ମୟୁଗମ୍' ଓ 'ପ୍ରେମଲୁ' ଭଳି ଫିଲ୍ମ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା। ଏବେ ଏହି ତାଲିକାରେ 'ମଞ୍ଜୁମେଲ ବଏଜ୍ 'ର ନାମ ମଧ୍ୟ ସାମିଲ ହୋଇଛି। 'ମଞ୍ଜୁମେଲ ବଏଜ୍' ୨୨ ଫେବୃଆରୀ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ମାଲାୟଲମ ଭାଷାରେ ତିଆରି ଫିଲ୍ମ ଗୋଟିଏ ବିଲକ୍ଷଣ ରେକର୍ଡ୍ କରିଛି। ଏହି ଫିଲ୍ମ ମାତ୍ର 13 ଦିନରେ ଶହେ କୋଟି କ୍ଲବରେ ସାମିଲ ହୋଇଛି। ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଚିଦାମ୍ବରମ ଏସ ପୋଡୁୱାଲ । ୨୦ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମ ମାତ୍ର ୧୩ ଦିନ ହେଲା ରିଲିଜ ହୋଇଛି ଏବଂ ବିଶ୍ୱବ୍ୟାପୀ ୧୦୦ କୋଟି ଟଙ୍କା ଅତିକ୍ରମ କରି ଇତିହାସ ରଚିଛି । ୧୩ ଦିନରେ ୧୦୦ କୋଟି ଆୟ କରିଥିବା ଏହା ହେଉଛି ପ୍ରଥମ ମାଲାୟାଲମ୍ ଚଳଚ୍ଚିତ୍ର।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link