Martyred Mother Dies: ପୁଅକୁ ଝୁରି ଝୁରି ଶେଷରେ ଆଖି ବୁଜିଲେ ସହିଦ ସୁଶାନ୍ତଙ୍କ ମା`

ରଶ୍ମିତା ସାହୁ Sat, 19 Aug 2023-1:28 pm,

ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ପରେ ଆଖିବୁଜିଲେ ମାଆ ସୁନ୍ଦରୀ ଖୁଣ୍ଟିଆ। କଟକ ବଡ ମେଡିକାଲରେ ଗୁରୁତର ହୋଇ ଚିକିତ୍ସାଧିନ ଅବସ୍ଥାରେ ସୁନ୍ଦରୀ ଖୁଣ୍ଟିଆଙ୍କ ପରଲୋକ ହୋଇଛି। ଆଜି ଭୂବନେଶ୍ୱରରୁ କଟକ ଏସସିବି ମେଡିକାଲକୁ ୫ଟା ରେ ସ୍ଥାନାନ୍ତର ହେବା ପରେ ହଠାତ୍ ରକ୍ତଚାପ କମିଯିବାରୁ ଏସସିବି ନ୍ୟୁ ମେଡିସିନ୍ ଆସିୟୁରେ ତାଙ୍କର ମ୍ରୁତ୍ୟୁ ହୋଇଛି। ଡାକ୍ତରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପାକସ୍ଥଳୀରେ କ୍ୟାନସର ହୋଇଥିବା ଯୋଗୁଁ କିଛି ଦିନ ତଳେ ଭୂବନେଶ୍ବରର ଏକ ଘରୋଇ ହସପିଟାଲରେ ଅପରେଶନ ହୋଇଥିଲା। କିନ୍ତୁ ସେଠାରେ ସ୍ବାସ୍ଥ୍ଯବସ୍ଥା ନସୁଧୁରିବାରୁ ପରିବାର ଲୋକ ଆଜି ଏସସିବି ମେଡିକାଲକୁ ନେଇ ଆସିଥିଲେ। କିନ୍ତୁ ଆଜି ୭.୪୦ ମିନିଟ୍ ସମୟରେ ତାଙ୍କର ମ୍ରୁତ୍ୟୁ ଘଟିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link