Mo Bus Accident: ପିତାପଲ୍ଲୀ ଛକ ନିକଟରେ ଭାରସାମ୍ୟ ହରାଇ ନାଳକୁ ଖସିଲା ମୋ ବସ୍,୨୦ରୁ ଉର୍ଦ୍ଧ ଆହତ

Sat, 06 Apr 2024-3:26 pm,

ପୁଣିଥରେ ମୋ ବସ୍ ଦୁର୍ଘଟଣା ସାମ୍ନାକୁ ଆସିଛି । ଖୋର୍ଦ୍ଧା ପିତାପଲ୍ଲୀ ନିକଟରେ ବସଟି ଏକ ନାଳ ମଧ୍ୟରେ ପସିଯାଇଛି । ଭାରସାମ୍ୟ ହରାଇବା କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ବସରେ ଅନେକ ଯାତ୍ରୀ ଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଫଳରେ ୧୫ରୁ ୨୦ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଅନେକ ସମୟରେ 'ମୋ ବସ୍' ଦୁର୍ଘଟଣା ଘଟାଉଥିବା ଚିତ୍ର ସାମ୍ନାକୁ ଆସୁଛି । ନିକଟରେ ରାଜଧାନୀରେ 'ମୋ ବସ୍' ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେବା ଫଳରେ ଅଟୋଟି କ୍ଷତିଗ୍ରସ୍ତ ହୋଇଥିଲା । ସୌଭାଗ୍ୟବଶତଃ ଅଟୋଟି ଦୁର୍ଘଟଣାର ସମ୍ମୁକୀନ ହେବା ପୂର୍ବରୁ ଯାତ୍ରୀମାନେ ଅଟୋରୁ ଓହ୍ଲାଇ ପଡିଥିଲେ । ସେହିପରି ଫେବୃଆରୀ ୪ ତାରିଖ ଦିନ ରାତି ୮ଟା ସମୟରେ ଶିଖରଚଣ୍ଡୀ ବିହାର ନିକଟରେ ଜଣେ ପଥଚାରୀଙ୍କୁ ଧକ୍କା ଦେଇଥିଲା 'ମୋ ବସ୍' । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ବସ ଭଙ୍ଗାରୁଜା କରିଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link