Mathura: ମଥୁରା ଅଭିମୁଖେ କୃଷ୍ଣବଳରାମ, ଗୋପପୁରରେ ଶୋକାକୂଳ ପରିବେଶ

Wed, 24 Jan 2024-6:13 pm,

ବିଶ୍ଵପ୍ରସିଦ୍ଧ ଧନୁଯାତ୍ରାର ନବମ ଦିନରେ କୃଷ୍ଣବଳରାମ ବେନି ଭାଇଙ୍କୁ ମନ୍ତ୍ରୀ ଅକ୍ରୁର ମଥୁରା ଅଭିମୁଖେ ଯାତ୍ରା କରିଥିବା ବେଳେ ଗୋପପୁରରେ ଶୋକାକୂଳ ପରିବେଶ ଖେଳିଯାଇଛି | ଶ୍ରୀକୃଷ୍ଣ ବଳରାମଙ୍କୁ ଛାଡ଼ିବା ପାଇଁ ନନ୍ଦରାଜା, ଯଶୋଦା , ଗୋପୀ ଓ ରାଧା ବାଟ ଓଗାଳି ବା ସହ ଅଶ୍ରୁଳ ବିଦାୟ ଦେଇଛନ୍ତି । ସେପଟେ କଂସ ମହାରାଜ ନଗର ଭ୍ରମଣ କରି ଆମ୍ରବନରେ ମୁନିଋଷି ମାନଙ୍କୁ ଆକ୍ରମଣ କରି ବନ୍ଦୀ କରିଛନ୍ତି । ଧନୁଯାତ୍ରାର ନବମ ଦିନରେ , କୃଷ୍ଣବଳରାମଙ୍କୁ ହତ୍ୟା କରିବା ପାଇଁ ମହାରାଜା କଂସଙ୍କ ଆୟୋଜିତ ଛଳନାର ଧନୁଯାତ୍ରା ଦେଖିବା ପାଇଁ, ନିମନ୍ତ୍ରଣ ଧରି ପହଂଚିଥିବା ମନ୍ତ୍ରୀ ଅକ୍ରୁରଙ୍କ ସହ ବହାରି ପଡ଼ିଛନ୍ତି କୃଷ୍ଣ ବଳରାମ ବେନି ଭାଇ । ହେଲେ ନନ୍ଦ ରାଜା ଓ ଯଶୋଦାକୁ ବୁଝାଇବ କିଏ ? ପୁତ୍ର ପ୍ରେମରେ ଅନ୍ଧ ହୋଇପଡ଼ିଛନ୍ତି ମାତା ଯଶୋଦା, କୃଷ୍ଣବଳରାମ ଧନୁଯାତ୍ରା ଦେଖି ଫେରି ଆସିବାକୁ କଥା ଦେଇଛନ୍ତି । ଏପଟେ ବାଟରେ ରାଧା ସମେତ ଗୋପାଙ୍ଗନା ମାନେ କୃଷ୍ଣଙ୍କ ବାଟ ଓଗାଳିଛନ୍ତି । ଯାହା ହେଉ ପଛେ କୃଷ୍ଣଙ୍କୁ ମଥୁରା ଯିବାକୁ ଦେବୁ ନାହିଁ ଏହି ଭାବନାରେ ରାଧା ମୁର୍ଛିତ ହୋଇପଡ଼ୁଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link