Anubhav And Varsha: ଆଉ ବର୍ଷାଙ୍କ ହାତ ଧରି ଚାଲିବେନି ଅନୁଭବ, ଅନୁମତି ଦେଇଦେଲେ ହାଇକୋର୍ଟ

Thu, 21 Dec 2023-8:13 pm,

ଅଲଗା ହେବେ ଓଲିଉଡର ଚର୍ଚ୍ଚିତ ଯୋଡି ବର୍ଷା-ଅନୁଭବ । ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାରେ ଗୁରୁବାର ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । କୋର୍ଟ ଅନୁଭବ-ବର୍ଷାଙ୍କ ବିବାହ ବିଚ୍ଛେଦଙ୍କୁ ଅନୁମତି ଦେଇଛନ୍ତି । ତେବେ ଏହି ମାମଲାରେ ପୂର୍ବରୁ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିଲେ ତଳକୋର୍ଟ । ଏହାପରେ ତଳକୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଅନୁଭବ । ଆଉ ଏବେ ହାଇକୋର୍ଟ ଏହି ଆବେଦନକୁ ଗ୍ରହଣ କରିବା ସହିତ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି । ଅନୁଭବ ମଗାନ୍ତି ହାଇକୋର୍ଟରେ ନିଜର ପକ୍ଷ ରଖିବା ସହିତ ମାମଲା ବିଷୟରେ ଉଲ୍ଲେଖ କରିଥିଲେ । ବିବାହ ଓ ନିଜ ବୈବାହିକ ଜୀବନରେ ଘଟିଥିବା ଘଟଣାକୁ ହାଇକୋର୍ଟଙ୍କୁ ଜଣାଇଥିଲେ ଅନୁଭବ । ବର୍ଷା ପତ୍ନୀର କର୍ତ୍ତବ୍ୟ କରିନାହାନ୍ତି ଓ ପରିବାରକୁ ଆଗେଇ ନେବାପାଇଁ ତାଙ୍କର କୌଣସି ଭୂମିକା ନାହିଁ ବୋଲି ଅନୁଭବ କୋର୍ଟରେ ଅଭିଯୋଗ କରିଥିଲେ । ତେବେ ପ୍ରଶ୍ନ ଉଠୁଛି କେଉଁ ଆଧାରରେ ହାଇକୋର୍ଟ ଅନୁଭବଙ୍କୁ ବିଚ୍ଛେଦ ପାଇଁ ଅନୁମତି ଦେଲେ ତାହା ଲିଖିତ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ । ୨୦୨୩ ସେପ୍ଟେମ୍ୱରରେ ପରିବାର ଅଦାଲତ ବର୍ଷା-ଅନୁଭବଙ୍କ ଆବେଦନକୁ ଖାରଜ କରିଥିଲେ । ଯେଉଁଥିରେ ଅନୁଭବଙ୍କର ବିବାହ ବିଚ୍ଛେଦ ମାମଲା ଅଟକି ରହିଥିଲା । ପରିବାର ଅଦାଲତରେ ମିଳିଥିବା ଏହି ରାୟକୁ ନେଇ ସମସ୍ତ ଗଣମାଧ୍ୟମ ଏବଂ ଷ୍ଟାର ଦମ୍ପତ୍ତିଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଅନ୍ୟପଟେ ପରିବାର ଅଦାଲତ ରାୟ ପରେ ଅନୁଭବ ମହାନ୍ତି ହାଇକୋର୍ଟରେ ପହଞ୍ଚିଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link