New Covid Strain: ଶରୀରରେ ଦେଖାଦେଉଛି ଏସବୁ ଲକ୍ଷଣ, ସୁସ୍ଥ ହେବାକୁ ଲାଗୁଛି ବେଶି ଦିନ

Mon, 18 Dec 2023-2:26 pm,

ଦେଶରେ ପୁଣିଥରେ କାୟା ବିସ୍ତାର କଲାଣି କୋରୋନା ଭାଇରସ । ଏବେ ବେଶି ଛନକା ପୂରାଇଛି କୋରୋନାର New Covid Strain JN.1 ଭାରିଏଣ୍ଟ । ଏହାକୁ ନେଇ ଡାକ୍ତରଙ୍କ ସହ ବିଶେଷଜ୍ଞ ମାନେ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ବିଶେଷଜ୍ଞଙ୍କ କହିବା କଥା ଏହି ନୂଆ ଭାରିଏଣ୍ଟ ଏବେ ଦୀର୍ଘ ଦିନ ପର୍ଯ୍ୟନ୍ତ ଶରୀରରେ ରହୁଛି । ଏବଂ ସୁସ୍ଥ ହେବାକୁ ଅଧିକ ସମୟ ଲାଗୁଛି। JN.1 ଭାରିଏଣ୍ଟ ପ୍ରଥମ ଥର ସେପ୍ଟେମ୍ବର ମାସରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ଚିହ୍ନଟ କରାଯାଇଥିଲା। ଆଉ ଏହି ଭାରିଏଣ୍ଟରେ ଅଧିକ ଗମ୍ଭୀର ରୋଗ ଜନ୍ମ ଦେବାର କ୍ଷମତା ରଖିଛି । କାରଣ ଏହି ଭାରିଏଣ୍ଟ JN.1 BA.2.86 ବଂଶଜ ବୋଲି ବିଶେଷଜ୍ଞ କହିଛନ୍ତି। JN.1 BA.2.86 ଯାହା ପିରୋଲା ଷ୍ଟ୍ରେନ୍ ଭାବରେ ଜଣାଶୁଣା । ଏଥିରୁ ସୁସ୍ଥ ହେବାକୁ ଅଧିକ ସମୟ ଲାଗିପାରେ ଏବଂ ଅଧିକ ଗୁରୁତର ରୋଗ ହୋଇପାରେ । ଯେଉଁମାନଙ୍କର ପୁରୁଣା ରୋଗ ରହିଛି ସେମାନେ ଏଥିରେ ସଚେତନ ରହିବା ଦରକାର। ଏହାର ସଂକ୍ରମଣର କ୍ଷମତା ଏହାର ସ୍ପାଇକ୍ ପ୍ରୋଟିନ୍ ରେ ପରିବର୍ତ୍ତନ ହେତୁ ହୋଇପାରେ । JN.1ର ସାପ୍ତାହିକ ଆନୁମାନିକ ଅଭିବୃଦ୍ଧି ହାର ହେଉଛି ୮୪.୨ ପ୍ରତିଶତ, ଅର୍ଥାତ୍ ଏହି ପ୍ରକାରଟି ଗତ ଆଠ ମାସରେ ଦେଖାଯାଇଥିବା ଅନ୍ୟ ଷ୍ଟ୍ରେନ୍ ଅପେକ୍ଷା ଦ୍ରୁତଗତିରେ ଗତି କରୁଛି । ତେବେ କେମିତି ରହିବେ ସଚେତନ ଆସନ୍ତୁ ଶୁଣିବା କଣ କହୁଛନ୍ତି ବରିଷ୍ଠ ଡାକ୍ତର

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link