Viral Video: ରାଣୀ ପଣ୍ଡାଙ୍କୁ ପ୍ରେମ ପାଗେଳି କହିଲେ ନିଶା ମହାରଣା, ଦେଖନ୍ତୁ ଭିଡିଓ
Sat, 20 Apr 2024-5:26 pm,
ମହିଳା ଥାନାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ ଆଣି ଏତଲା ଦେଇଥିଲେ। ବିବାହର ପ୍ରଲୋଭନ ଦେଖାଇ ପ୍ରେମ ଓ ପରେ ପ୍ରତାରଣା କରିଥିବା ରାଣୀ ଅଭିଯୋଗ କରିଥିଲେ। ୮ବର୍ଷ ସମ୍ପର୍କ ରଖିବା ପରେ ଧୋକା ଦେଇଥିବା ଏତଲାରେ ଦର୍ଶାଇଛନ୍ତି ରାଣୀ। ଉଭୟ ଲିଭ୍-ଇନ୍ରେ ବି ରହୁଥିଲେ। ହେଲେ ବର୍ତ୍ତମାନ ପୁରୁଷ ବନ୍ଧୁ ଅନ୍ୟତ୍ର ବିବାହ କରୁଥିବା ଖବର ପାଇ ରାଣୀ ଥାନାରେ ଏତଲା କିଛିଦିନ ତଳେ ଦେଇଥିଲେ। ହେଲେ ଏବେ ଏହାକୁ ନେଇ ନିଶା ମହାରଣା ରାଣୀ ପଣ୍ଡା ମୁହାଁମୁହିଁ ହୋଇଛନ୍ତି । ରାଣୀ ପଣ୍ଡା ପ୍ରତାରଣାର ଶିକାର ହେବା ପରେ ସୋସିଆଲ ମିଡିଆରେ କାନ୍ଦକଟା କରୁଛନ୍ତି। ଏହାକୁ ନେଇ ନିଶା ମହାରଣା ରାଣୀ ପଣ୍ଡାଙ୍କୁ ପ୍ରେମ ପାଗେଳି ବୋଲି ଆଖ୍ୟା କରିଛନ୍ତି।