Odisha Big News: ରାଜ୍ୟର ୫ ଟି ବଡ଼ ଖବର କେବଳ ଚୁଟକି ରେ...

Tue, 08 Aug 2023-12:43 pm,

ରାଜ୍ୟର ୫ ଟି ବଡ ଖବର ଦେଖନ୍ତୁ କେବଳ ଜୀ ଓଡ଼ିଶା ନ୍ୟୁଜରେ । ଓଡ଼ିଆରେ ନାମଫଳକ ନଲେଖିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍‌ ଗଣିବାକୁ ପଡ଼ିବ। ଗ୍ୟାଙ୍ଗ ୱାର ଆଶଙ୍କାକୁ ଏଡ଼ାଇ ଦେଇଛି କମିଶନରେଟ ପୋଲିସ। ଗ୍ୟାଙ୍ଗୱାର୍ ପୂର୍ବରୁ ସଂଜୟ ଖୁଣ୍ଟିଆ ଗ୍ୟାଙ୍ଗକୁ କାବୁ କଲା ଭୁବନେଶ୍ୱର ସ୍ପେଶାଲ ସ୍କ୍ବାର୍ଡ। ବହୁ ମାରଣାସ୍ତ୍ର ଜବତ । ସେହିପରି ଭୁବନେଶ୍ୱର ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ କୁଖ୍ୟାତ ଖଣି ମାଫିଆ ପ୍ରକାଶ ରାଉତରାୟଙ୍କ ବାସଭବନରେ ରେଡ,ରେଡ୍ ବେଳେ ୧୯ ଲକ୍ଷ ଟଙ୍କା ଜବତ କଲା ପୋଲିସ। ପୂରଣ ହେବ ଦୀର୍ଘ ଦିନର ସ୍ବପ୍ନ । କାରଣ ଖୁବଶୀଘ୍ର କଳାହାଣ୍ତି ଉତକେଲାରୁ ଉଡ଼ିବ ବିମାନ । କଳାହାଣ୍ତି ଜିଲ୍ଲାପାଳ ଟୁଇଟ ଯୋଗେ ଏନେଇ ସୂଚନା ଦେଇଛନ୍ତି । ଆଜି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର । ଗତ ମାସ ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ରଙ୍କ ନାଁ ସୁପାରିଶ କରିଥିଲେ ସୁପ୍ରିମକୋର୍ଟ କଲେଜିୟମ୍ । ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ରହିଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link