Odisha BJP: ବାଲିକୁଦା-ଏରସମା ଓ ଜଗତସିଂହପୁର ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

Tue, 16 Apr 2024-6:39 pm,

ବହୁ ପ୍ରତୀକ୍ଷା ରେ ଆଜି ଜଗତସିଂହପୁର ଜିଲାର ବାଲିକୁଦା-ଏରସମା ଓ ଜଗତସିଂହପୁର ବିଧାନସଭା ଆସନ ନିମନ୍ତେ ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି । ଜଗତସିଂହପୁର ରୁ ଦଳ ଅମରେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବାଲିକୁଦା -ଏରସମା ରୁ ସତ୍ୟ ସାରଥି ମହାନ୍ତିଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଟିକେଟ ଘୋଷଣା ପରେ ଉଭୟ ପ୍ରାର୍ଥୀଙ୍କ ସମର୍ଥକ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ସତ୍ୟ ସାରଥି ରାଜନୀତି ରେ ନୂଆ ମୁହଁ ହୋଇଥିବା ବେଳେ ବିଜେଡିର ପୂର୍ବତନ ଜିଲା ସଭାପତି ତଥା ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଥିବା ଅମରେନ୍ଦ୍ର ଦାସ ଛାତ୍ର ରାଜନୀତିରୁ ସକ୍ରିକ ରହି ଆସିଛନ୍ତି । ସେ ଗତ ସପ୍ତାହେ ହେଲା ବିଜୁ ଜନତା ଦଳ ଛାଡି ବିଜେପିରେ ଯୋଗ ଦେଇଥିବା ବେଳେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link