LaccMI Bus: ଗଡ଼ିଲା ଲକ୍ଷ୍ମୀବସ, ମାତ୍ର ୫ ଟଙ୍କାରେ ପଞ୍ଚାୟତର ଗଳିକନ୍ଦିରେ ବୁଲିବ ବସ୍

Mon, 12 Feb 2024-6:13 pm,

LaccMI Bus Service: ଚଳିତ ମାସ ସୁଦ୍ଧା ସବୁ ଜିଲ୍ଲାରେ ପହଞ୍ଚିବ 'ଲକ୍ଷ୍ମୀ ବସ୍' ସେବା । ୧୨ ତାରିଖରୁ ୨୧ ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha Chief minister Naveen Patnaik) ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରେ 'ଲକ୍ଷ୍ମୀବସ୍'ର (LaccMI Bus)ଶୁଭାରମ୍ଭ କରିବେ । ସେହିପରି ଆଜି ବରଗଡ଼, ବଲଙ୍ଗୀର, ମୟୂରଭଂଜ,ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ 'ଲକ୍ଷ୍ମୀ ବସ୍' (LaccMI Bus) ସେବାର ଶୁଭାରମ୍ଭ କରିବେ। ତେବେ, ଏହି ଲକ୍ଷ୍ମୀ ବସ୍ ମହିଳା ପାଇଁ ଏକ ବିଶେଷ ଟିକେଟ୍ ରେ ରିହାତିର ସୁବିଧା ମଧ୍ୟ ରହିଛି। ଯଦି କୌଣସି ମହିଳା ପଂଚାୟତରୁ ବ୍ଲକ୍ କୁ ଯାଉଛନ୍ତି । ତେବେ, ମାତ୍ରା ୫ ଟଙ୍କା ଦେଇ ଯାତ୍ରା କରିପାରିବେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link