Odisha Congress: ସାରା ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି ସମ୍ବିତ ପାତ୍ରଙ୍କ ମନ୍ତବ୍ୟ;କଂଗ୍ରେସ

Tue, 21 May 2024-5:52 pm,

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ ଏଭଳି ମତ ରଖିଥିବା ବିଜେପି ସଂସଦୀୟ ପ୍ରାର୍ଥୀ ଡ଼ ସମ୍ବିତ ପାତ୍ରଙ୍କ ଉପରେ ବର୍ଷିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଓ ଏଆଇସିସି ମୁଖପାତ୍ର ପବନ ଖେରା । ୨୪ ଘଣ୍ଟା ବିତିଲାଣି କାହିଁକି ସନାତନ ଧର୍ମର ନାରା ଦେଉଥିବା ପ୍ରଧାନମନ୍ତ୍ରୀ ମୋଦି ଏଯାବତ ସମ୍ବିତ ପାତ୍ରଙ୍କୁ ଦଳରୁ ବହିସ୍କୃତ କରିନାହାନ୍ତି । ସେପଟେ ଜଗନ୍ନାଥଙ୍କୁ ନେଇ ଏଭଳି କହିଥିବାରୁ କ୍ଷମା ପ୍ରାର୍ଥନା ଗ୍ରହଣୀୟ ନୁହେଁ ।ଓଡ଼ିଆ ଅସ୍ମିତା ଉପରେ କହୁଥିବା ଦଳ ଜଗନ୍ନାଥଙ୍କୁ ନେଇ କହିବା ଅପରାଧ । ତେଣୁ ଜନମତରେ ତାହା ପ୍ରଭାବିତ ହେବା ସହ ଏହା ସାରା ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି।ତେଣୁ ରାଜ୍ୟରେ ଅନେକ ପ୍ରସଙ୍ଗ ରହିଥିବା ବେଳେ ତାକୁ ଗୁରୁତ୍ୱ ନ ଦେଇ ରତ୍ନଭଣ୍ଡାର ଓ ଚାରିଦ୍ୱାର ଖୋଲିବା ଆଦି କଂଗ୍ରେସର ହୋଇଥିବା ବେଳେ ତାକୁ ନେଇ ରାଜନୀତି କରୁଛନ୍ତି କେନ୍ଦ୍ରୀୟ ଦଳ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link