Khorda Power Cut: ଅଘୋଷିତ ବିଦ୍ୟୁତକାଟକୁ ନେଇ ବଢୁଛି ଅସନ୍ତୋଷ

ଖୋର୍ଦ୍ଧା: ରାଜ୍ୟ ସରକାର (State Government) ବିଦ୍ୟୁତକାଟ୍ (Power Cut) ହେବ ନାହିଁ ବୋଲି ବାରମ୍ବାର ଘୋଷଣା କରିଛନ୍ତି। ତେବେ ଖୋର୍ଦ୍ଧା ବିଦ୍ୟୁତ ଡ଼ିଭିଜନ (Khorda Power Supply) ଏବେ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡ଼ିଷ୍ଟ୍ରିବୁଲସନ (TPCODL) ଅଧିନରେ ଥିବା ବେଳେ ସମସ୍ତ ବିଦ୍ୟୁତ ଗ୍ରାହକମାନେ ଭାବିଥିଲେ ଆଉ ଅସୁବିଧା ହେବନାହିଁ। କିନ୍ତୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଦ୍ୟୁତ୍‌କାଟ ନିୟମିତ ହେଉଥିବା ଦେଖିବାକୁ ମିଳୁଛି। ପ୍ରତ୍ୟେକ ମାସରେ ଥରେ ଦୁଇଥର ମେଣ୍ଟେନାନ୍ସ ଆଳରେ ୫ରୁ୭ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତକାଟ୍ ହେଇଛି। ଯାହାକୁ ନେଇ ବିଦ୍ୟୁତ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିାବରେ ଲାଗିଛି। ଖୋର୍ଦ୍ଧା ସମେତ ଅନ୍ୟାନ୍ୟ ଅଞ୍ଚଳରେ ଦୁଇଘଣ୍ଟାରୁ ୪ ଘଣ୍ଟା ଅର୍ଥାତ ସକାଳ ବେଳା ଘଣ୍ଟେ ଦୁଇ ଘଣ୍ଟା ଓ ଉପରବେଳା ଅନୁରୂପ ଭାବେ ବିଭିନ୍ନ ଆଳରେ ନିୟମିତ ବିଦ୍ୟୁତକାଟ୍ ହେଉଅଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link