Weather Update: ତାତିରୁ ମିଳିବ ଟିକିଏ ତ୍ରାହି ! ଆସନ୍ତାକାଲିରୁ ସାରା ଓଡ଼ିଶାରେ ବର୍ଷା ସମ୍ଭାବନା

Sat, 16 Mar 2024-5:00 pm,

ରାଜ୍ୟରେ ପୁଣି ବଢିଲା ତାତି । ଶୁକ୍ରବାର ରାଜ୍ୟରେ ୩୯.୫ ଡିଗ୍ରୀ ସହ ବୌଦ୍ଧ ଥିଲା ସବୁଠାରୁ ଉତ୍ତପ୍ତ ସହର। ମାଲକାନଗିରିରେ ତାପମାତ୍ରା ୩୮.୮ ରହିଥିବା ବେଳେ ଝାରସୁଗୁଡ଼ାରେ ୩୮.୭ ରହିଥିଲା ପାରଦ। ରାଜ୍ୟର ପ୍ରାୟ ୩୯ ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା।ସେପଟେ ତାତି ବଢିଥିଲେ ବି କାଳ ବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ୟ ହୋଇଛି। ଗଂଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଏବଂ ମୟୂରଭଂଜ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ସେହିପରି ୧୭ ତାରିଖରେ ସାରା ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link