Weather Report: ଅବପାତରେ ରୂପରେ ନେଇପାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଲଘୁଚାପ, ସତର୍କ କରାଇଲା ପାଣିପାଗ ବିଭାଗ.
Fri, 20 Oct 2023-7:00 pm,
ଏଥର ବର୍ଷାରେ ଭିଜିବ ଦଶହରା (rain) । ପୂଜା ବୁଲା ବି ହୋଇଯିବ ବେକାର। କାହିଁକିନା ଗତକାଲି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହାକି ଲଘୁଚାପରେ (Low pressure)ପରିଣତ ହୋଇଛି। ଦକ୍ଷିଣପୂର୍ବ ବଙ୍ଗୋପସାଗର ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳର ତଳଭାଗରେ ଏହି ଲଘୁଚାପ ସକ୍ରିୟ ରହିଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଫଳରେ ଏହି ଅବପାତ ୨୧ ତାରିଖ ବେଳକୁ ଏକ ବଡ଼ ବର୍ଷା (rain) ଆଣିବ।