Weather Report: କେତେଦିନ ଲାଗିରହିବ କୋହଲା ପାଗ ସାଙ୍ଗକୁ ବର୍ଷା, କଣ କହୁଛି ପାଣିପାଗ ବିଭାଗ

Sat, 24 Feb 2024-5:39 pm,

ଦ୍ବୈତ ନଗରୀ କଟକ ଓ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ କୋହଲା ପାଗ ପରିଲକ୍ଷିତ ହୋଇଛି। ସକାଳେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ହାଲୁକା ବର୍ଷା ହୋଇଛି। ଏତଦବ୍ୟତୀତ ଉପକୂଳ ଓଡ଼ିଶାର ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ତଥା ଆଭ୍ୟନ୍ତରୀଣ ଓଡ଼ିଶାର ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳର କିଛି ଜିଲ୍ଲାରେ ମେଘୁଆ ଆକାଶ ସହ କୋହଲା ପାଗ ଦେଖିବାକୁ ମିଳିଛି। ଏହାଛଡ଼ା ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ବି ହୋଇଥିବାର ଖବର ମିଳିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link