Weather Report: ପାଣିପାଗ ବିଭାଗର ସତର୍କ ସୂଚନା, ଏହି ଦିନ ରାଜ୍ୟରେ ବର୍ଷା ସମ୍ଭାବନା ! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..

ପ୍ରିୟମ୍ବଦା ରଣା Tue, 06 Feb 2024-7:04 pm,

Weather Update: ରାଜ୍ୟରେ ଏବେ ଘନ କୁହୁଡି (deep fog) ସାଙ୍ଗକୁ ଶୀତର ଲହରୀ (cold wave in odisha) ଜାରି ରହିଛି। କିନ୍ତୁ ଏବେ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପାଗ ମୁଖ୍ୟତ ଶୁଖିଲା ରହିବା ସହ କୁହୁଡି଼ ଅନୁଭୂତ ହେବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Meteorological Centre, Bhubaneswar)ପକ୍ଷରୁ କୁହାଯାଇଛି। ୧୦ ରୁ ରାଜ୍ୟରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ସୋମବାର ନୟାଗଡ, ଗୋପାଳପୁର, ଯାଜପୁର ,ଢେଙ୍କାନାଳ ଓ ଭୁବନେଶ୍ବରରେ ଘନକୁହୁଡି଼ ନଜରକୁ ଆସିଛି। ଏଠାରେ କୁହୁଡିର ଦୃଶ୍ୟମାନ କ୍ଷମତା ୫୦ରୁ ୨୦୦ ମିଟର ମଧ୍ୟରେ ରହିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link