Weather Report: ରାଜ୍ୟ ଏହି ଜିଲ୍ଲାମାନଙ୍କରେ ଆହୁରି ବଢ଼ିବ ଥଣ୍ଡା, ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..
ପ୍ରିୟମ୍ବଦା ରଣା Wed, 13 Dec 2023-7:29 pm,
Weather Report: ତିନିଦିନ ହେଲା ସାରା ରାଜ୍ୟରେ ରାତିର ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ଅଧିକାଂଶ ସ୍ଥାନର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ସ୍ତରକୁ ଫେରିଛି। ଗୋଟିଏ ଦୁଇଟି ସ୍ଥାନରେ ସ୍ୱାଭାବିକ ଠାରୁ ୧ ରୁ ୨ ଡିଗ୍ରୀ କମ୍ ରହିଛି। ପାହାଡ଼ିଆ ଅଞ୍ଚଳରେ ତାପମାତ୍ରା ବହୁ ପରିମାଣରେ କମିବା ସହ ଅଧିକ ଶୀତ ଅନୁଭୂତ ହେଉଛି। କନ୍ଧମାଳ ଜିଲ୍ଲା ଜି.ଉଦୟଗିରିଠାରେ ଗତକାଲି ରାତିରେ ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ରେକର୍ଡ ହୋଇଥିଲା।