Weather Report: ରାଜ୍ୟରେ ଶୀତର ଲହରୀ, ୨୧ ଜିଲ୍ଲାକୁ ଆଲର୍ଟ ଜାରି, ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..

ପ୍ରିୟମ୍ବଦା ରଣା Sat, 23 Dec 2023-6:45 pm,

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ(cold wave in odisha)। ଆସନ୍ତା ତିନି ଦିନ ଯାଏଁ ରାଜ୍ୟରେ ଘନ କୁହୁଡି଼ (Fog) ଦୃଶ୍ୟମାନ ହେବ। କିଛି ସ୍ଥାନରେ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍ ରହିବ। ଉପକୂଳ ଓଡି଼ଶା ସମେତ ପଶ୍ଚିମ ଓ ଦକ୍ଷିଣ ଓଡି଼ଶାର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖାଯିବ ବୋଲି ପାଣିପାଗ ବିଭାଗ (Meteorological Centre, Bhubaneswar) ପୂର୍ବାନୁମାନ କରିଛି। ଘନ କୁହୁଡି ଆଶଙ୍କା ଥିବାରୁ ଦୁର୍ଘଟଣା ଏଡାଇବାକୁ ସତର୍କତା ପଦକ୍ଷେପ ନେବାକୁ ସ୍ବତନ୍ତ୍ର ରିଲିଫ କମିଶନର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link