Weather Report: ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଜାଣନ୍ତୁ ପାଣିପାଗ ରିପୋର୍ଟ

ପ୍ରିୟମ୍ବଦା ରଣା Thu, 14 Nov 2024-4:53 pm,

Weather Update: ବଙ୍ଗୋପସାଗରରେ ଏକ ଲଘୁଚାପ ସକ୍ରିୟ ରହିଛି। ପ୍ରଭାବରେ ଦକ୍ଷିଣ ଓଡିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହେଉଛି। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ରାଜ୍ୟରେ ଆଜି ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।  ଆଗାମୀ ୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆସନ୍ତାକାଲି ଠାରୁ ରାଜ୍ୟରେ ଧିରେ ଧିରେ ଶୀତ ବଢିବ। ୨ ଦିନ ପରେ ସର୍ବନିମ୍ନ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ୍ ଯାଏଁ କମିବାର ସମ୍ଭାବନା ରହିଛି। ତାପମାତ୍ରା କମିଲେ ଶୀତ ବଢିବ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link