Weather Report: ଶନିବାର ଠାରୁ ରାଜ୍ୟରେ ବୃଦ୍ଧି ପାଇବ ବର୍ଷାର ପରିମାଣ, ଜାଣନ୍ତୁ ଆଜିର ପାଣିପାଗ ଖବର

ପ୍ରିୟମ୍ବଦା ରଣା Sep 19, 2024, 19:04 PM IST

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ଶନିବାର ଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ବିଶେଷ କରି,  ଉତ୍ତର ଓଡି଼ଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗରେ ୨୨ରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୪ ତାରିଖ ଯାଏଁ  ପ୍ରବଳ ବର୍ଷା  ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି।  ପୁଣି ବର୍ଷା ହେଲେ ବାଲେଶ୍ବର ଓ ମୟୂରଭଂଜରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ରହିଛି। ଆଜି ଭଦ୍ରକ, ମୟୂରଭଂଜ, କେନ୍ଦୁଝର, ଯାଜପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳର କିଛି ସ୍ଥାନରେ ବର୍ଷା ହୋଇପାରେ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link