Akash Das Nayak: `ମୁଁ ଅଭିମାନ କରିଛି, ସେଥିପାଇଁ ବିଜେଡି ଛାଡୁଛି`

Sat, 30 Mar 2024-12:52 pm,

ପ୍ରତିଦିନ ଓଡ଼ିଶା ରାଜନୀତିରେ ହଟଚମଟ ଦେଖିବାକୁ ମିଳୁଛି। ପ୍ରତିଦିନ ଦଳବଦଳ ପ୍ରକ୍ରିୟା ଜାରି ରହିଛି । ତିନୋଟି ପ୍ରମୁଖ ଦଳର ନେତା ମାନେ ଦଳ ଛାଡୁଛନ୍ତି ଯାହାକୁ ନେଇ ଜନତା ମାନେ ବି ଏବେ ଟେନସନରେ । ଦଳ ଗଠନ କରିବାରେ ଯେଉଁମାନଙ୍କର ପ୍ରମୁଖ ଭୂମିକା ଥିବା କୁହାଯାଉଛି ସେମାନେ ଏବେ ଦଳ ଛାଡୁଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ଅଭିନେତା ତଥା ପୂର୍ବତନ କୋରେଇ ବିଧାୟକ ଆକାଶ ଦାସ ନାୟକ(Akash Das Nayak) ବିଜେଡି ଛାଡିଛନ୍ତି । ଆକାଶ ଦାସ ନାୟକ କହିଛନ୍ତି ଯେ, ନିଜର ଆତ୍ମସମ୍ମାନ ଓ କୋରେଇବାସୀଙ୍କ ସ୍ୱାଭିମାନ ପାଇଁ ଦଳ ଛାଡ଼ିଥିବା କହିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link