Video: କମେଡି ଛାଡି ହିରୋ ବନିବେକି ଗୁଡୁ? ଏହି ଭିଡିଓ ଭାଇରାଲ୍..

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 03 Oct 2023-8:11 pm,

Video: ଅନେକ ଓଡ଼ିଆ ସିନେମାରେ ଗୁଡୁଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ଖୁବ ହସିବାର ଖୋରାକ ଯୋଗାଇଥାଏ । ବର୍ତ୍ତମାନର ପ୍ରାୟ ସବୁ ଆଗଧାଡିର ନାୟକ ନାୟିକାଙ୍କ ସହିତ ଗୁଡୁ କାମ କରିସାରିଛନ୍ତି । ଗୁଡୁ ନିଜର ନିଆରା ଅଭିନୟ ଓ ଫିଟନେସ୍ ପାଇଁ ଚର୍ଚ୍ଚାରେ ରହିଥାନ୍ତି । କିଛି ଦିନ ହେବ ଗୁଡୁ ନିଜର ଓଜନ ହ୍ରାସ କରିବା ପାଇଁ ଜିମରେ କଠିନ ପରିଶ୍ରମ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଗୁଡୁ ପ୍ରାୟ ୧୦କେଜିରୁ ଅଧିକ ଓଜନ କମାଇ ସାରିଲେଣି । ଯାହାକୁ ନେଇ ଅନେକ ଆଲୋଚନା ହେଉଛି । କିଛି ଦର୍ଶକ ଏହା ମଧ୍ୟ ଚର୍ଚ୍ଚା କରୁଛନ୍ତି ଯେ, ହୁଏତ ଗୁଡୁ କୌଣସି ସିନେମାରେ ନାୟକ ଭୂମିକାରେ ନଜର ଆସିପାରନ୍ତି ଆଉ ସେଥିପାଇଁ ନିଜ ଫିଟନେସରେ ପରିବର୍ତ୍ତନ କରୁଛନ୍ତି ।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link