Ollywood Controversy: ଡିସିପି ଅଫିସ ସାମ୍ନାରେ ବବି ଙ୍କ ସହ ମନୋଜ ମିଶ୍ର ହାତାହାତି, ଭିଡିଓ ଭାଇରାଲ
Rashmita Sahoo Fri, 22 Nov 2024-5:39 pm,
Ollywood Controversy: ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି ଓଲିଉଡ କଳି। ଥମିବାର ନାଁ ଧରୁନି ଓଲିଉଡ କଣ୍ଟ୍ରୋଭର୍ସି। ଡିସିପି ଅଫିସ ସାମ୍ନାରେ ପୋଲିସ ଉପସ୍ଥିତିରେ ହାତାହାତି ହୋଇଛନ୍ତି ଅଭିନେତା ମନୋଜ ମିଶ୍ର ଓ ବବି ଇସଲାମ। ଆଉ ଏହି କଳିରେ ସାମିଲ ହୋଇଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଅନ୍ୟ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ । ସୂଚନାଯୋଗ୍ୟ, କିଛି ଦିନ ତଳେ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ବବି ଇସଲାମ୍ଙ୍କୁ ଫୋନ୍ ଯୋଗେ ହତ୍ୟା ଧମକ ମିଳିଥିଲା। ବିବାଦୀୟ ଅଭିନେତା ମନୋଜ ମିଶ୍ରଙ୍କ ସହଯୋଗୀ ତାଙ୍କୁ ଏଭଳି ହତ୍ୟା ଧମକ ଦେଇଥିବା ଅଭିଯୋଗ କରି ଦରଘାବଜାର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଖବର ଅନୁଯାୟୀ, ଦରଘାବଜାର ଥାନା ଅନ୍ତର୍ଗତ ସୂତାହାଟ ଅଞ୍ଚଳର ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ(Ollywood Director) ବବି ଇସଲାମ୍ଙ୍କୁ ମଙ୍ଗଳବାର ରାତି ପ୍ରାୟ ୧୦ଟା ବେଳେ ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ତାଙ୍କୁ ହ୍ବାଟ୍ସଆପ୍ ଯୋଗେ କଲ୍ କରି ହତ୍ୟା ଧମକ ଦେଇଥିଲା। ଏହାପରେ ବବି ଉକ୍ତ ନମ୍ବରରେ ଯେତେବେଳେ ଭିଡିଓ କଲ୍ କରିଥିଲେ, ସମ୍ପୃକ୍ତ ବ୍ୟକ୍ତିଜଣକ ମୁହଁକୁ କପଡ଼ାରେ ଘୋଡ଼ାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା। ଏ ସଂକ୍ରାନ୍ତରେ ବବି ଦରଘାବଜାର ଥାନାରେ ମଙ୍ଗଳବାର ରାତିରେ ଅଭିଯୋଗ କରିଥିଲେ। ତେବେ ନିର୍ଦ୍ଦେଶକ ବବି ଇସଲାମ୍ଙ୍କ ଅଭିଯୋଗ ଅନୁଯାୟୀ, ସିନେ ଅଭିନେତା ମନୋଜ ମିଶ୍ରଙ୍କ ଇଙ୍ଗିତରେ ହ୍ବାଟ୍ସଆପ୍ରେ ଏଭଳି ହତ୍ୟା ଧମକ ଦିଆଯାଇଛି ବୋଲି ମାମଲା ରୁଜୁ କରିଥିଲେ।