Video: ଫ୍ୟାନ୍ସଙ୍କୁ ନଚାଇଲେ ଓଲିଉଡ କଣ୍ଠଶିଳ୍ପୀ ଅନ୍ତରା, ଦେଖନ୍ତୁ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 09 Oct 2023-10:18 pm,

Video: ଓଲିଉଡ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ ଅନେକ ଓଡ଼ିଆ ସଙ୍ଗୀତରେ କଣ୍ଠଦାନ କରି ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି । ଅନ୍ତରାଙ୍କ ଅନେକ ହିଟ୍ ଗୀତକୁ ଗୁଣଗୁଣାନ୍ତି ସଙ୍ଗୀତପ୍ରେମୀ । ଲୋକଙ୍କ ଭଲପାଇବା ପାଇଁ ଅନ୍ତରା ଗୋଟିଏ ପରେ ଆଉ ଗୋଟିଏ ପାହାଚ ଚଢିବାରେ ସକ୍ଷମ ହେଉଛନ୍ତି । କେବଳ ଷ୍ଟୁଡିଓରେ ନୁହେଁ ବରଂ ଦର୍ଶକଙ୍କ ନିକଟରେ ପହଞ୍ଚି ମନୋରଞ୍ଜନର ଭରପୂର ଖୋରାକ ଯୋଗାନ୍ତି ଅନ୍ତରା । ଯେଉଁ ସ୍ଥାନକୁ ଅନ୍ତରାଙ୍କର ଯିବାର କାର୍ଯ୍ୟକ୍ରମ ଥାଏ ସେଠାରେ ଲାଗିଥାଏ ଜନଗହଳି । ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମୟରେ ନିଜ କଣ୍ଠର ଯାଦୁରେ ପ୍ରଶଂସକଙ୍କୁ ନଚାଇଥିଲେ ଅନ୍ତରା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link