Video: `ମୁଁ ସୋସିଆଲ ମିଡିଆର ଭାଇରାଲ୍ ଝିଅ` ଗାୟିକା ଜ୍ୟୋତିର୍ମୟୀ ନାୟକ

ସୌଭାଗ୍ୟ ରଞ୍ଜନ ମିଶ୍ର Sun, 15 Oct 2023-10:49 pm,

Video: ଓଡ଼ିଆ କଣ୍ଠଶିଳ୍ପୀମାନେ କେବଳ ଷ୍ଟୁଡିଓ କିମ୍ୱା ଷ୍ଟେଜ୍ ଶୋ'ରେ ସୀମିତ ତାହା ନୁହେଁ । ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ଅଧିକାଂଶ କଣ୍ଠଶିଳ୍ପୀ ସବୁବେଳେ ଚେଷ୍ଟା କରିଥାନ୍ତି । ଓଲିଉଡର ଆଗଧାଡିର କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ମଧ୍ୟ ନିଜ ଫ୍ୟାନ୍ସଙ୍କ ସହ ସୋସିଆଲ ମିଡିଆ ମାଧ୍ୟମରେ ଯୋଡି ହୋଇ ରହିବାକୁ ପସନ୍ଦ କରନ୍ତି । ସେ ଅଧିକାଂଶ ସମୟରେ ବିଭିନ୍ନ ଗୀତ ଗୁଡିକରେ ରିଲ୍ସ ପ୍ରସ୍ତୁତ କରି ନିଜ ଫ୍ୟାନ୍ସଙ୍କଠାରୁ ପ୍ରଶଂସା ସାଉଣ୍ଟୁଥିବା ଦେଖିବାକୁ ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link