Puri Video: କିର୍ଗିଜସ୍ତାନରୁ ଶ୍ରୀକ୍ଷେତ୍ର, ଏକ ରୋମାଞ୍ଚକର ଲମ୍ବା ଯାତ୍ରା

Tue, 08 Aug 2023-5:07 pm,

କିର୍ଗିଜସ୍ତାନରୁ ଶ୍ରୀକ୍ଷେତ୍ର। ଏକ ରୋମାଞ୍ଚକର ଲମ୍ବା ଯାତ୍ରା। ଭିସା ହଜିଗଲା ପରେ ବୃନ୍ଦାବନରୁ ଚାଲିଚାଲି ଆସିଲେ। କାର୍ ସଫାକରି ପେଟ ପୋଷିଲେ ବିଦେଶୀ ଇଞ୍ଜିନିୟର। ତେବେ ନିଜ ଦେଶକୁ ଫେରିବା ପାଇଁ ଚାହାଁନ୍ତି। ରାଷ୍ଟ୍ରଦୂତଙ୍କ ସହ ଆଲୋଚନା ହୋଇଥିବା କହିଛନ୍ତି ଉଲୁକ୍ ବେକ୍। ସେପଟେ ସମୁଦ୍ରକୂଳ ଥାନା ପୁଲିସ ସର୍ବୋଦୟ ନଗର ସେଲଟର ହୋମରେ ଛାଡିଛନ୍ତି ଏହି ବିଦେଶୀ ନାଗରିକଙ୍କୁ। ୬ବର୍ଷ ତଳେ ଷ୍ଟୁଡେଣ୍ଟ ଭିସାରେ କିର୍ଗିଜସ୍ତାନରୁ ଭାରତ ଆସିଥିଲେ ୩୮ବର୍ଷୀୟ ଉଲୁକ୍ ବେକ୍। ମାତ୍ର ଦୁଇବର୍ଷ ତଳେ ତାଙ୍କର ଭିସା ହଜିଯାଇଥିଲା। ତାଙ୍କ ପାଖରେ ନିଜ ଘରକୁ ଫେରିଯିବା ପାଇଁ ନା ଭିସା ଥିଲା ନା ପଇସା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link