Viral Video: ଫୋନରେ କଥା ହେବା ସମୟରେ ହଠାତ୍ ଏକ ଉଚ୍ଚ ବିଲଡିଂରୁ ଡେଇଁପଡ଼ିଲେ ବ୍ୟକ୍ତି, ଭିଡିଓ ଦେଖି ଥରି ଉଠିବେ ଆପଣ!
Viral Video: ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖି ପାରିବେ ଯେ ଜଣେ ବ୍ୟକ୍ତି ବିଲ୍ଡିଂର ଉଚ୍ଚ ସ୍ଥାନରେ ଠିଆ ହୋଇଛନ୍ତି । ତା’ପରେ ହଠାତ୍ ସେ ତଳକୁ ଡେଇଁପଡିଲେ । ତଳକୁ ଡେଇଁବା ପରେ ସେ ଛାତକୁ ଧରିବାକୁ ଚେଷ୍ଟା କରନ୍ତି, କିନ୍ତୁ ସେ ଏହାକୁ ଧରି ରଖିବାରେ ଅସମର୍ଥ ହୋଇଥିଲେ ଓ ତଳେ ରାସ୍ତାରେ ଯାନବାହନ ମଧ୍ୟରେ ସିଧା ଖସି ପଡିଲେ । ଏହି କିଛି ସେକେଣ୍ଡ୍ ଭିଡିଓ ଆପଣଙ୍କୁ ଥରାଉ ଦେବ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି, ଯାହାକୁ ବର୍ତ୍ତମାନ ସୁଦ୍ଧା ୫ ନିୟୁତରୁ ଅଧିକ ଲୋକ ଦେଖି ସାରିଛନ୍ତି । ଏଥି ସହିତ, ଅନେକ ଉପଭୋକ୍ତା ମଧ୍ୟ ଏହି ଭିଡିଓ ଉପରେ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି ।