Himachal Pradesh Landslide: ଚଣ୍ଡିଗଡ- ମନାଲି NHରେ ଭାଙ୍ଗିଲା ପାହାଡ,୨ ସେକେଣ୍ଡର ତଫାତ୍ ଦେଇ ଟଳିଗଲା ମୃତ୍ୟୁ

Tue, 18 Jul 2023-6:12 pm,

Portion of Hill Falls on Chandigarh-Manali Highway in Mandi Himachal Pradesh, Video Viral । ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲା ଠାରୁ ମନାଲି ପର୍ଯ୍ୟନ୍ତ ଯାତ୍ରା କରିବା ଅର୍ଥ ମରଣକୁ ପାଖକୁ ଡାକିବା । ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥରେ ଯାତ୍ରା କରିବା ଏତେ ବିପଜ୍ଜନକ ଯେ ଉପରୁ ପଥର ଓ ପାହାଡ କେବେ ଖସିକି ତଳେ ପଡ଼ିବ ତାହା ବିଲକୁଲ ଜଣାପଡ଼ିବ ନାହିଁ। ସୋମବାର ସନ୍ଧ୍ୟାରେ ମଣ୍ଡି ଜିଲ୍ଲାର ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥରେ ଲୋଡର ମେସିନ ଉପରେ ବିରାଟ ପଥର ଖସି ପଡିଥିଲା। ଏହି ଘଟଣାରେ, ଯଦି ଅପରେଟର ତିଲକ କିଛି ସେକେଣ୍ଡ ପୂର୍ବରୁ ମେସିନରୁ ଡେଇଁ ନଥାନ୍ତେ, ତେବେ ତାଙ୍କର ମୃତ୍ୟୁ ସୁନିଶ୍ଚିତ ହୋଇଥାନ୍ତା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link