President Visit: ଆସନ୍ତାକାଲି ରେଢ଼ାଖୋଲ ବ୍ଲକ କନ୍ଧରାକୁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି
Mar 01, 2024, 13:13 PM IST
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କନ୍ଧରା କୁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି | ଆସନ୍ତା କାଲି ମାର୍ଚ୍ଚ ଦୁଇ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସନ୍ଥ କବି ଭୀମ ଭୋଇ ଙ୍କ ସ୍ମୃତି କୂପ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି | ସେଥିପାଇଁ ସ୍ଥାନୀୟ ଜନତା ଙ୍କ ସହ ଭୀମ ଭୋଇ ସ୍ମୃତି ପୀଠ ବେଶ ଉତ୍ସାହିତ |ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କର ଆସନ୍ତା କାଲି ସାଢେ ବାର ଟା ରେ ସେଠାରେ ପହଂଚିବା କାର୍ଯ୍ୟକ୍ରମ ରହିବା ସହ ସ୍ମୃତି କୂପ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି | ସେଥିପାଇଁ ସ୍ଥାନୀୟ ଜନତା ଙ୍କ ସହ ମହିମା ଧାର୍ମାବଲମ୍ବୀ ଙ୍କ ମଧ୍ୟ ରେ ବେଶ ଉତ୍ସାହ ଦେଖାଦେଇଛି | ସୂଚନା ଥାଉ କି ସନ୍ଥ କବି ଭୀମ ଭୋଇ ଙ୍କ ବାଣୀ ''ପ୍ରାଣୀ ଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ'' ଜାତି ସଙ୍ଘ ରେ ସ୍ଥାନିତ ହୋଇଛି| ସନ୍ଥ କବି ଭୀମ ଭୋଇ ଏଇ କନ୍ଧରା ରେ ତାଙ୍କର ଦିବ୍ୟଜ୍ଞାନ ପ୍ରାପ୍ତି ସହ ମୁଖ ନିସୃତ ବାଣୀ ଆରମ୍ଭ ହୋଇଥିଲା |